ଦେଖନ୍ତୁ ଭିଡିଓ: ବାଛୁରୀକୁ ଧକ୍କା ଦେବାରୁ କାର ବାଟ ଓଗାଳିଲେ ଗାଈ
ସମାଜ ଡିଜିଟାଲ ଡେସ୍କ: ମା’ର ମମତା ଦୁନିଆରେ ସବୁଠୁ ମୂଲ୍ୟବାନ। ମା’ ନିଜ ସନ୍ତାନ ପାଇଁ କିଛି ବି କରିପାରେ। କେବଳ ମଣିଷଙ୍କ କ୍ଷେତ୍ରରେ ଏହା ନୁହେଁ, ବରଂ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଏହା ଦେଖିବାକୁ ମିଳେ। ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଭିଡିଓରୁ। ଏକ କାର୍ ଗୋଟିଏ ବାଛୁରୀକୁ ଧକ୍କା ଦେଇ ପଳାଉଥିଲା। କିନ୍ତୁ ବାଛୁରୀର ମା’ ଏବଂ ଆଉ କିଛି ଗାଈ ମିଶି ଉକ୍ତ କାରକୁ ଗୋଡ଼ାଇ ଗୋଡ଼ାଇ ଅଟକାଇଥିଲେ। କାରଟିକୁ ଚାରିପଟୁ ଘେରିଯାଇ ବାଟ ଓଗାଳିଥିଲେ।
ଘଟଣାଟି ଛତିଶଗଡ଼ର ରାୟଗଡ଼ ଅଞ୍ଚଳର। ସିସିଟିଭି ଫୁଟେରେ ଦେଖିବାକୁ ମିଳିଛି ଯେ, ଏକ କାର ଗୋଟିଏ ବାଛୁରୀକୁ ଧକ୍କା ଦେବା ପରେ ବାଛୁରୀଟି ଗାଡ଼ି ତଳେ ରହିଯାଇଥିଲା। ଏହା ପରେ କାରଟି ଆଗକୁ ପଳାଇଥିଲା। କିନ୍ତୁ ସେଠାରେ ଉପସ୍ଥିତ ବାଛୁରୀର ମା’ ଏବଂ ଅନ୍ୟ ଗାଈମାନେ କାରକୁ ଗୋଡ଼ାଇ ଆଗରେ ଛିଡ଼ା ହୋଇ ଅଟକାଇଥିଲେ। ମଣିଷ ଯେପରି ସବୁକିଛି ବୁଝିପାରି ପ୍ରତିବାଦ କରେ ଗାଈମାନେ ବି ଠିକ ସେହିପରି ପ୍ରତିବାଦ କରିଥିଲେ। କାର ଡ୍ରାଇଭରଙ୍କୁ ବି ଗାଡ଼ିରୁ ଓହ୍ଲାଇବାକୁ ଦେଇ ନ ଥିଲେ କି ଗାଡ଼ିକୁ ଆଗକୁ ଛାଡ଼ି ନ ଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ କିଛି ଲୋକ ଆସି କାର ତଳୁ ବାଛୁରୀକୁ ବାହାର କରିଥିଲେ। ଏହା ପରେ ଗାଈମାନେ ସେଠାରୁ ହଟିଥିଲେ।
कार के नीचे आ गया बछड़ा, गौवंशों ने घेर लिया कार, वायरल हो रहा दिल छू लेने वाला वीडियो
रायगढ़ जिले में बेजुबान गौवंशों का एक दिल छू लेने वाला एक वायरल हो रहा है. वायरल वीडियो में देखा जा सकता है कि कार से टकराकर एक बछड़ा कार के नीचे चला जाता है. यह देख आसपास के गौवंश कार को घेर… pic.twitter.com/9Yvf9v9MMp
— NDTV MP Chhattisgarh (@NDTVMPCG) December 22, 2024
Comments are closed.