ଦୁଇ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍‍

0

ୟାଙ୍ଗୋଙ୍ଗ/ମ୍ୟାଁମାର: ମ୍ୟାଁମାରର ସରକାରୀ ଗୋପନୀୟତା ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ଏକ ସମ୍ବାଦ ସରବରାହ ସଂସ୍ଥାର ଦୁଇ ଜଣ ସାମ୍ବାଦିକଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‍ ଦଣ୍ଡାଦେଶ ହୋଇଛି। ରୋହିଙ୍ଗ୍ୟା ସମସ୍ୟାରେ ରିପୋର୍ଟିଂରେ ହୋଇଥିବା ବିଭ୍ରାଟ ପାଇଁ ସେମାନଙ୍କୁ ଏହି ଦଣ୍ଡାଦେଶ ହୋଇଥିବା ବିଚାରପତି କହିଛନ୍ତି।
ଅପରପକ୍ଷରେ ଏହି ଘଟଣା ପରେ ଆଲୋଚନା-ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଯେଉଁ ଅଭିଯୋଗ ଆଧାରରେ ସାମ୍ବାଦିକଙ୍କୁ ଦଣ୍ଡିତ କରାଯାଇଛି ତାହା ଗଣମାଧ୍ୟମର ସ୍ୱାଧୀନତାର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ଉପରୋକ୍ତ ଦଣ୍ଡାଦେଶକୁ ସମର୍ଥନ କରୁଥିବା ପକ୍ଷର ଯୁକ୍ତି ଅନୁଯାୟୀ ସବୁ କ୍ଷେତ୍ର ପାଇଁ କିଛି ଗୋପନୀୟତା ଓ ସର୍ତ୍ତର ସୀମା ନିର୍ଦ୍ଧାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ।

kalyan agarbati
Leave A Reply