BJD Bijuli 480×75 Mob

ତ୍ରିପୁରା-ତାମିଲନାଡୁ ପରେ ୟୁପିରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

BJD Bijuli 480×75 Mob
0

ମିରଟ: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଲେନିନଙ୍କ ମୂର୍ତ୍ତି ଭଙ୍ଗାରୁଜା ହୋଇଥିଲା। ଏବେ ଏହି ମୂର୍ତ୍ତି ଭଙ୍ଗା ପ୍ରକ୍ରିୟା ଥମିବାର ନାଁ ଧରୁନି। ତ୍ରିପୁରା ପରେ ତାମିଲନାଡୁ ଓ କଲିକତା ଏବଂ ବର୍ତ୍ତମାନ ଉତ୍ତରପ୍ରଦେଶରେ ଏପରି ସ୍ଥିତି ଉପୁଜିଲାଣି। ଉତ୍ତରପ୍ରଦେଶର ମିରଟରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ନେଇ ସହରରେ ଉତ୍ତେଜନା ଦେଖାଦେଇଛି।
ମିରଟର ମଦାନାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ବୁଧବାର ସକାଳେ ଦେଖିବାକୁ ମିଳିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏପରିକାଣ୍ଡ ଘଟାଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି। ଅପରପକ୍ଷରେ ମୂର୍ତ୍ତି ଭଙ୍ଗାରୁଜା ହେବାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଶାସନ ସେଠାରେ ନୂଆ ମୂର୍ତ୍ତି ସ୍ଥାପନ ଲାଗି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ସେଠାରେ ଆମ୍ବେଦକରଙ୍କ ନୂଆ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଅଛି। ତେବେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ଉପରୋକ୍ତ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରାଯିବାକୁ ନେଇ ଗୃହ ବ୍ୟାପାର ମନ୍ତ୍ରାଳୟକୁ ଅବଗତ କରାଯାଇଛି।

Leave A Reply