www.samajalive.in
Monday, December 15, 2025
15.1 C
Bhubaneswar

ତ୍ରିପୁରାଠାରୁ ୨ ରନ୍‌ରେ ହାରି ଓଡ଼ିଶା ୩ୟ

୨୩ ବର୍ଷରୁ କମ୍‌ ମହିଳା ଦିନିକିଆ
କଟକ : ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୂର୍ବାଞ୍ଚଳ ଲିଗ୍‌ରେ ଓଡ଼ିଶା ୩ୟ ସ୍ଥାନ ହାସଲ କରିଛି। ଶନିବାର ତା’ର ୪ର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ୨ ରନ୍‌ରେ ପରାସ୍ତହେବା ପରେ ଓଡ଼ିଶା ୩ୟ ସ୍ଥାନରେ ରହିଛି। କଲକାତାରେ ଖେଳା ଯାଇଥିବା ଶନିବାର ରୋମାଞ୍ଚକର ମ୍ୟାଚ୍‌ରେ ଓଡ଼ିଶାକୁ ୨ ରନ୍‌ରେ ତ୍ରିପୁରା ପରାସ୍ତ କରିଛି। ଆର୍‌. ଶାହାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ତ୍ରିପୁରା ୪୮.୨ ଓଭରରେ ୧୩୯ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ମଧ୍ୟକ୍ରମର ଉପଯୋଗୀ ଯୋଗଦାନ ସତ୍ତ୍ୱେ ଓଡ଼ିଶା ୫୦ ଓଭର ଶେଷରେ ୯ ୱିକେଟରେ ୧୩୭ ରନ୍‌ କରି ପାରିଥିଲା। ବଙ୍ଗଳା ୪ଟିଯାକ ମ୍ୟାଚ୍‌ ଜିତି ୧୬ ପଏଣ୍ଟ ସହ ପ୍ରଥମ ଏବଂ ତ୍ରିପୁରା ୩ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ୮ ପଏଣ୍ଟ ସହ ଓଡ଼ିଶା ୩ୟ ହୋଇଛି।
ଟସ୍‌ ଜିତି ତ୍ରିପୁରା ବ୍ୟାଟିଂ ନେବା ପରେ ବିପର୍ଯ୍ୟୟ ଭୋଗି ୮ ରନ୍‌ରେ ୩ଟି ଏବଂ ୪୭ ରନ୍‌ରେ ୪ଟି ୱିକେଟ ହରାଇଥିଲା। ପରେ ଅଧିନାୟିକା ଆର୍‌. ଶାହା ଓ ଆର୍‌. ଦେବବର୍ମା ୫ମ ୱିକେଟ ପାଇଁ ୫୬ ରନ୍‌ ଯୋଡ଼ିଥିଲେ। ଶାହା ୮୯ ବଲ୍‌ରୁ ୧୨ଟି ଚୌକା ସହ ୬୦ ଏବଂ ଦେବବର୍ମା ୬୯ ବଲ୍‌ରୁ ୪ଟି ଚୌକା ସହ ୩୯ ରନ୍‌ କରିଥିଲେ। ୩୬ ରନ୍‌ରେ ଓଡ଼ିଶାର ବୋଲର ତ୍ରିପୁରାର ଶେଷ ୬ଟି ୱିକେଟ ନେଇ ପାରିଥିଲେ। ରାଜଶ୍ରୀ ସ୍ୱାଇଁ ୪ଟି, ଲୁଇସା ଦାସ ୩ଟି ଓ ଅଧିନାୟିକା ସୁଶ୍ରୀ ଦିବ୍ୟଦର୍ଶିନୀ ୨ଟି ୱିକେଟ ପାଇଥିଲେ। ୧୪୦ ରନ୍‌ର ଲକ୍ଷ୍ୟ ଓଡ଼ିଶା ପାଇଁ ସହଜ ହେବ ବୋଲି ଆଶା କରା ଯାଉଥିଲା। ତେବେ ତ୍ରିପୁରାର ବୋଲର ନିୟମିତ ଭାବେ ୱିକେଟ ନେଇ ପାରିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ୨୪, ଶିଳ୍ପା ସ୍ୱାଇଁ ଅପରାଜିତ ୨୨, ଅଞ୍ଜଳି ସିଂହ ୧୮, ସୁମିତ୍ରା ସାହୁ ୧୫, ଡି. ଜାନକୀ ରେଡ୍‌ଡୀ ୧୦ ଓ ଲୁଇସା ଦାସ ଅପରାଜିତ ୧୧ ରନ୍‌ କରିଥିଲେ। ୨୧ଟି ବଲ୍‌ ବାକିଥାଇ ୯ଟି ୱିକେଟ ହରାଇଥିବା ବେଳେ ଓଡ଼ିଶା ୨୫ ରନ୍‌ ଆବଶ୍ୟକ କରୁଥିଲା। ତେବେ ଶିଳ୍ପା ସ୍ୱାଇଁ ଓ ଲୁଇସା ଦାସ ଏହି ୨୧ ବଲ୍‌ରୁ ୨୨ ରନ୍‌ କରି ପାରିଥିଲେ। ତ୍ରିପୁରାର ଆର୍‌. ଦେବବର୍ମା ଓ ଗଙ୍ଗାତି ତ୍ରିପୁରା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories