www.samajalive.in
Sunday, December 14, 2025
26.1 C
Bhubaneswar

ଜୟଦେବ ଓ ଶ୍ରୀଚୈତନ୍ୟ ଭାବଭକ୍ତିର ମାର୍ଗଦର୍ଶକ

ଶ୍ରୀ ଜୟଦେବ ଓ ଶ୍ରୀ ଚୈତନ୍ୟ’ ହିନ୍ଦୀ ରୂପାନ୍ତର ଲୋକାର୍ପିତ 

ଭୁବନେଶ୍ୱର : ଧର୍ମ ଗ୍ରହଣ ସହଜ, କିନ୍ତୁ ଭାବକୁ ଗ୍ରହଣ କରି ଭକ୍ତିରେ ନିମଜ୍ଜିତ ହେବା କଷ୍ଟକର। ଶ୍ରୀଚୈତନ୍ୟ ଓ ଶ୍ରୀ ଜୟଦେବ ହେଉଛନ୍ତି ସାରା ଭାରତ ବର୍ଷରେ ଭାବଭକ୍ତିର ମାର୍ଗଦର୍ଶକ ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି। ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ଅଜିତ କୁମାର ତ୍ରିପାଠୀଙ୍କ ଓଡ଼ିଆ ଭାଷାରେ ଲିଖିତ ‘ଶ୍ରୀଜୟଦେବ ଓ ଶ୍ରୀ ଚୈତନ୍ୟ’ ପୁସ୍ତକର ଅମୂଲ୍ୟ କୁମାର ମିଶ୍ରଙ୍କ ହିନ୍ଦୀ ରୂପାନ୍ତରର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ରଥ କହିଥିଲେ ଯେ, ଲେଖକ ହେବା ସହଜ କିନ୍ତୁ ଗବେଷକ ହେବା କଷ୍ଟକର। ଲେଖକଙ୍କ ଭାବକୁ ଗ୍ରହଣ କରି ଗବେଷକ ଗବେଷଣା କରିଥାଏ। ଇତିହାସ ଯେଉଁଠି ସତ୍ୟ ତାହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଜୟଦେବ ଓ ଶ୍ରୀଚୈତନ୍ୟଙ୍କ ବିଷୟରେ ଗବେଷଣା କରି ପ୍ରଶାସକ ଭାବେ ଶ୍ରୀ ତ୍ରିପାଠୀ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଉକ୍ତ ପୁସ୍ତକ ସାରା ଭାରତ ବର୍ଷରେ ଆଦୃତ ହେବା ସହିତ ଜୟଦେବଙ୍କ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସେ କହିଥିଲେ। ଉଦ୍‌ଘାଟକ ଭାବେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଶ୍ରୀ ଚୈତନ୍ୟ ଓ ଶ୍ରୀ ଜୟଦେବ ପୁସ୍ତକର ହିନ୍ଦୀ ରୂପାନ୍ତର ସାରା ଭାରତ ବର୍ଷରେ ଆଦୃତି ଲାଭ କରିବ। ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ବିହାରର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର କହିଲେ, ଗବେଷଣା ଦ୍ୱାରା ଜାତିର ବିକାଶ ହେବା ସହିତ ଅନାଲୋଚିତ ଦିଗ ଲୋକଲୋଚନକୁ ଆସିଥାଏ। ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର କହିଥିଲେ, ତଥ୍ୟକୁ ଅନୁବାଦ କରି ଏକ ନିର୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବା ବଡ଼ ଉପଲବ୍ଧି। ବକ୍ତା ଭାବେ ଡ. ସ୍ମରପ୍ରିୟା ମିଶ୍ର କହିଲେ, ଏହି ପୁସ୍ତକର ହିନ୍ଦୀ ରୂପାନ୍ତର ଜୟଦେବ ଓ ଶ୍ରୀ ଚୈତନ୍ୟଙ୍କ ଉପରେ ଜାଣିବାର ସୁଯୋଗ ସୃଷ୍ଟି କରିବ। ଡ. ପ୍ରଫୁଲ୍ଲ ତ୍ରିପାଠୀ ପୌରୋହିତ୍ୟ ଅଭିଭାଷଣରେ ଶ୍ରୀଚୈତନ୍ୟ ଓ ଜୟଦେବଙ୍କ ପୁସ୍ତକ ଉପରେ ଆଲୋକପାତ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories