www.samajalive.in
Sunday, December 14, 2025
17.1 C
Bhubaneswar

ଡବ୍ଲ୍ୟୁଟିସି ଫାଇନାଲ: ୨ୟ ଦିନରେ ଭାରତ ୩/୧୪୬

ସାଉଥାମ୍ପଟନ: ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହା ହେଉଛି ସର୍ବବୃହତ୍ ମ୍ୟାଚ୍‌। ପୁଣି ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ଖେଳାଯାଉଛି। ଶୁକ୍ରବାର ମ୍ୟାଚ୍‌ର ପ୍ରଥମଦିନ ବର୍ଷା ଯୋଗୁଁ ବାତିଲ ହେବା ପରେ ଶନିବାର ୨ୟ ଦିନ ଆରମ୍ଭରୁ ଖେଳ ଆରମ୍ଭ ହୋଇଥିଲା। ମେଘାଛନ୍ନ ଆକାଶରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍‌ଡିଂର ସଠିକ୍ ନିଷ୍ପତ୍ତି ନେଇଥିଲେ। ତେବେ ଭାରତୀୟ ଓପ୍‌ନିଂ ଯୋଡ଼ି ଏପରି ବାତାବରଣରେ ଚମତ୍କାର ବ୍ୟାଟିଂ କରିଥିଲେ ଓ ୬୨ ରନ୍‌ର ଭାଗିଦାରୀ କରିଥିଲେ। ପରେ ଜଲ୍‌ଦି ୩ଟି ୱିକେଟ ହରାଇଥିଲା ଭାରତ। ଖରାପ ଆଲୋକ ଯୋଗୁଁ ୨ୟ ଦିନର ଷ୍ଟମ୍ପ୍‌ ଅପସାରଣ ହେବା ବେଳକୁ ଭାରତ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୧୩୪ ରନ୍ କରିଛି। ଫଳରେ ୨ୟ ଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି।

ଏପରି ବାତାବରଣରେ ବଲ୍‌ ସ୍ବିଙ୍ଗ୍‌ କରିବ ବୋଲି ଆଶା କରା ଯାଉଥିବା ବେଳେ ସେଇଆ ହିଁ ହୋଇଥିଲା। ନ୍ୟୁଜିଲାଣ୍ଡ ୫ ଜଣ ପେସ୍ ବୋଲରଙ୍କୁ ନେଇ ଏହି ମ୍ୟାଚ୍‌ରେ ଓହ୍ଲାଇଥିଲା। ଟ୍ରେଣ୍ଟ ବୋଲ୍‌ଟ ଓ ଟିମ୍ ସାଉଦି ନୂଆ ବଲ୍‌ରେ ସଠିକ୍‌ ଲାଇନ୍‌ରେ ବୋଲିଂ ନ କରିବାରୁ ଭାରତୀୟ ଓପ୍‌ନର ଏହାର ଫାଇଦା ଉଠାଇ ୧୦ ଓଭରରେ ୪୨ ରନ୍‌ କରିଥିଲେ। ପରେ ଅବଶ୍ୟ ନ୍ୟୁଜିଲାଣ୍ଡ ପେସ୍ ବୋଲର ତାଙ୍କ ଲାଇନ୍‌ରେ ଉନ୍ନତି ଆଣିଥିଲେ। ୨୦ ଓଭରରେ ୬୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ରୋହିତ ଶର୍ମା ଏକ ବାହାର ବଲ୍‌କୁ ସ୍ଲିପ୍‌ ହାତକୁ ମାରିଥିଲେ। ରୋହିତ ୬ଟି ଚୌକା ସହ ୩୪ ରନ୍ କରିଥିଲେ। ୪ ଓଭର ପରେ ଅନ୍ୟ ଓପ୍‌ନର ଶୁବ୍‌ମାନ ଗିଲ୍‌ ଆଉଟ ହୋଇଥିଲେ। ଗିଲ୍‌ ୩ଟି ଚୌକା ସହ ୨୮ ରନ୍‌ କରିଥିଲେ। ଟ୍ରେଣ୍ଟ ବୋଲ୍‌ଟଙ୍କ ଏକ ବଡ଼ ଇନ୍‌ସ୍ବିଙ୍ଗରରେ ଚେତେଶ୍ବର ପୂଜାରା ଆଉଟ ହୋଇଥିଲେ। ପରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଓ ଅଧିନାୟକ ବିରାଟ କୋହଲି ଆଉ ୱିକେଟ ପଡ଼ିବାକୁ ଦେଇନାହାନ୍ତି। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୫୮ ରନ୍ ଯୋଡ଼ିଛନ୍ତି। ଖରାପ ଆଲୋକ ଯୋଗୁଁ ମ୍ୟାଚ୍‌ ଏକାଧିକ ଥର ବନ୍ଦ ହୋଇଥିଲା। କୋହଲି ୪୪ ଓ ରାହାଣେ ୨୯ ରନ୍‌କରି ଖେଳୁଛନ୍ତି। କାଏଲ୍‌ ଜେମିସନ୍, ନିଲ୍‌ ୱାଗ୍‌ନର ଓ ଟ୍ରେଣ୍ଟ ବୋଲ୍‌ଟ ୩ଟି ୱିକେଟ୍‌କୁ ଭାଗ କରିଛନ୍ତି। ୬୧ତମ ଟେଷ୍ଟମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୬୦ ଟେଷ୍ଟମ୍ୟାଚ୍‌ରେ ନେତୃତ୍ବ ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଭଙ୍ଗ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories