www.samajalive.in
Sunday, December 7, 2025
26.1 C
Bhubaneswar

ଜିସାଟ-୭ଏ’ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଦେଶର ନୂତନ ଯୋଗାଯୋଗ ଉପଗ୍ରହ ଜିସାଟ-୭ଏ’ର ସଫଳ ଉତକ୍ଷେପଣ କରାଯାଇଛି। ଦିନ୍‍ ୪ଟା ୧୦ ମିନିଟ୍‍ରେ ସତୀଶ ଧୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଜିଏସ୍‍ଏଲ୍‍ଭି-ଏଫ୍‍ ୧୧ ଦ୍ୱାରା ରକେଟ୍‍ଟିକୁ ମହାକାଶକୁ ପଠାଯାଇଥିଲା ଓ ଏହାକୁ ୨୦ ମିନିଟ୍‍ ମଧ୍ୟରେ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ବିଗତ ଏକ ମାସ ମଧ୍ୟରେ ଏହା ଇସ୍ରୋର ତୃତୀୟ ମହାକାଶ ଅଭିଯାନ ଓ ଭାରତର ୩୫ତମ ଯୋଗାଯୋଗ ଉପଗ୍ରହ। ୨,୨୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ ନିର୍ମାଣରେ ୫୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହି ଯୋଗାଯୋଗ ଉପଗ୍ରହ ଭାରତୀୟ ସେନା ପାଇଁ ଉଦ୍ଦିଷ୍ଟ। ଏହାସହ ବାୟୁ ସେନା ଓ ନୌସେନାର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ ହୋଇଛି। ଏହି ଉପଗ୍ରହ ଦ୍ୱାରା ବାୟୁ ସେନାର ମାନବ ବିହୀନ ବିମାନ (ଡ୍ରୋନ) ଅଭିଯାନ ଅତିସହଜ ହେବ ଓ ନେଟୱାର୍କ ଅତିସୁଦୃଢ ହେବ ବୋଲି ବାୟୁ ସେନା ମୁଖ୍ୟ ଏୟାରଚିଫ୍‍ ମାର୍ଶାଲ ବି ଏସ୍‍ ଧନୋଆ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories