www.samajalive.in
Monday, December 15, 2025
15.1 C
Bhubaneswar

ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଲାଞ୍ଜିଗଡ ବ୍ଳକ ଗସ୍ତ, ସିଏଚସି ଓ ସ୍ମାର୍ଟ ସ୍କୁଲ ପରିଦର୍ଶନ

 

ଲାଞ୍ଜିଗଡ:ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଲାଞ୍ଜିଗଡ ବ୍ଳକ ଗସ୍ତରେ ଆସି ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଓ ଚିକିତ୍ସା ସୁବିଧା ସମ୍ପର୍କରେ ଜିଲାପାଳ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଲାଞ୍ଜିଗଡ଼ ଡାକ୍ତରଖାନାରେ ଅଞ୍ଚଳର ୧୬ ଗୋଟି ପଞ୍ଚାୟତର ୨୮୦ ଗ୍ରାମର ୩୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିର୍ଭର କରୁଛି। ପ୍ରତି ମାସରେ ୫୦ରୁ ଅଧିକ ମହିଳାଙ୍କୁ ପ୍ରସୂତି ସୁବିଧା, ୨୦୦ ଶହ ରୋଗୀଙ୍କୁ ଆନ୍ତବିଭାଗ ଚିକିତ୍ସା କରାଯାଇଥାଏ। ଏଥିରେ ବର୍ହିବିଭାଗ ୨୦୦୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ମଧ୍ୟ ହେଉଛନ୍ତି।
ହେଲେ ଡାକ୍ତରଖାନାରେ ବର୍ତ୍ତମାନ ୫ ଜଣ ଡାକ୍ତର ରହିଥିବା ବେଳେ ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫନର୍ସ ଓ ଜଣେ ପିଅନ ଅଛନ୍ତି। ଡାକ୍ତରଖାନାରେ ଷ୍ଟାଫନର୍ସ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଦାନରେ ସମସ୍ୟା ହେଉଛି। ଅନ୍ୟପଟେ ଅଳ୍ପ ବର୍ଷାରେ ଡାକ୍ତରଖାନା ପରିସରରେ ୧ ଫୁଟ ପାଣି ଜମା ହେଉଛି। ପାଚିରି ଭାଙ୍ଗି ଯିବା ଫଳରେ ଗାଈ, ଛେଳି, କୁରୁର ଆଦି ଡାକ୍ତରଖାନା ପରିସରରେ ବିଚରଣ କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଏହାକୁ ନେଇ କଳାହାଣ୍ଡି ଜିଲାପାଳ ଦୃଷ୍ଟି ଦେବାକୁ ଲାଞ୍ଜିଗଡ଼ ଜୋନ-୨ ଜିଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଓ ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ସମେତ ଅଞ୍ଚଳବାସୀ ଦାବି କରିଥିଲେ।
ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ଲାଞ୍ଜିଗଡ ଠାରେ ନିର୍ମାଣ କରାଯାଇଥିବା ସ୍ମାର୍ଟ ସ୍କୁଲର ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହ ପାଠ ପଡ଼ା କେମିତି ଚାଲିଛି ଆଲୋଚନା କରିଥିଲେ। ଏହାସହିତ ସ୍କୁଲ ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories