www.samajalive.in
Sunday, December 14, 2025
26.1 C
Bhubaneswar

କମିଲା ବନ୍ୟା, ବଢିଲା ଦୁର୍ଦଶା: ବାହ୍ୟ ଜଗତରୁ ବିଛିନ୍ନ ୬ଗାଁ

ଆରଡି: ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଗତ ୫ଦିନ ଧରି ତାର କରାଳ ରୂପ ଦେଖାଇବା ପରେ ଗୁରୁବାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଥିବା ବନ୍ୟା ପାଣି କମିଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦଶା ବଢିଯାଇଛି। ଏବେବି ମୁଆଁ ଓ ଡିହସାହି ଘୋଷରାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୬ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ସେହିପରି ଦୋହରାପାଟଣା, ବୋଡକ, ମୁଆଁ ଗାଁର ଅନେକ ସାହିରେ ବନ୍ୟା ଜଳ ଏବେ ଛାଡିଥିବାରୁ ବିପନ୍ନମାନେ ନିଜର ଘର ସଜାଡିବା ସହ ଆସବାବପତ୍ର ସାଇତି ରଖୁଛନ୍ତି। ବିଶେଷକରି ଦୀର୍ଘ ୬ ଦିନ ହେବ କ୍ଷେତରେ ବନ୍ୟାପାଣି ଅଣ୍ଟାଏ ଉଚ୍ଚର ଲହଡି ଭାଙ୍ଗୁଥିବାରୁ ଗୃହପାଳିତ ପଶୁ କ୍ଷେତକୁ ନଯାଇ ଗାଁ ଦାଣ୍ଡ ଓ ନଦୀବନ୍ଧ ଉପରେ ବନ୍ଧା ହୋଇ ରହିଛନ୍ତି। ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର କମିଥିଲେ ମଧ୍ୟ ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥ ବୋଡକ ନିକଟରେ ଧୋଇଯାଇ ଥିବାରୁ ଅଟକି ରହିଥିବା ପର୍ଯ୍ୟଟକମାନେ ଝୁଡି, ଫାଉଡା ଧରି ବାଲି, ଚିପ୍ସ ପକାଇ ପାରି ହୋଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories