ଜିନ୍ସ ପିନ୍ଧା ଶିକ୍ଷକଙ୍କ ଦରମା ବନ୍ଦ

ଗଞ୍ଜାମ: ୟୁନିଫର୍ମ ବଦଳରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ସ୍କୁଲକୁ ଯିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ ସେହି ଦିନର ଦରମା ହରାଇବାକୁ ପଡିଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଖଲିକୋଟ ବ୍ଲକ୍‌ ଅନ୍ତର୍ଗତ ଚିକିଲି ନୋଡାଲ୍‌ ପ୍ରାଥମିକ ବିଦ୍ୟାଳୟ ଜଣେ ସହକାରୀ ଶିକ୍ଷକ ୟୁନିଫର୍ମ ପୋଷାକ ବଦଳରେ ନୀଳ ଜିନ୍‌ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ସ୍କୁଲକୁ ଆସିଥିଲେ । ଏହି ସମୟରେ ବିଦ୍ୟାଳୟ ବିଇଓ ସ୍କୁଲ ପରିଦର୍ଶନରେ ଆସିଥିଲେ । ଶିକ୍ଷକଙ୍କୁ ଏଭଳି ପୋଷାକ ଦେଖି ବିଇଓ ବିରକ୍ତ ପ୍ରକାଶ କରିଥିଲେ । ବିଇଓ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ଶିକ୍ଷକ ଜଣଙ୍କ ୨୦୦୫ରୁ ଚାକିରିରେ ଯୋଗ ଦେବା ପରଠାରୁ କେବେ ବି ୟୁନିଫର୍ମ ପୋଷାକରେ ସ୍କୁଲ ଆସନ୍ତି ନାହିଁ । ତେଣୁ ବିଇଓ ଉକ୍ତ ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି । ଏହା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କିନ୍ତୁ ଏହି ଘଟଣାକୁ ଶିକ୍ଷକ ଅସ୍ବୀକାର କରିଛନ୍ତି । ସବୁ ଦିନ ସେ ୟୁନିଫର୍ମ ଆସନ୍ତି ହେଲେ ସେହି ଦିନ କୌଣସି କାରଣବଶତଃ ବିନା ୟୁନିଫର୍ମରେ ସ୍କୁଲକୁ ଆସିଥିଲେ ବୋଲି ସମ୍ପୃକ୍ତ ଶିକ୍ଷକ ଜଣଙ୍କ ସଫେଇ ଦେଇଛନ୍ତି ।

Comments are closed.