ବାଲେଶ୍ବର : ସାଇକେଲ ଚୋରି ଅଭିଯୋଗରେ ସ୍ଥାନୀୟଲୋକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ସୂଚନାଯୋଗ୍ୟ, ଜଳେଶ୍ବର ରାଜପୁର ଅଞ୍ଚଳର ସିରାଜ ଖାନ ବ୍ଲକ ନିରାକାର ପରିଡାଙ୍କ ଘରୁ ଜଣେ ଯୁବକ ଏକ ସାଇକେଲ ଚୋରି କରୁଥିବା ଦେଖି ସାହି ପଡିଶା ଲୋକଙ୍କୁ ଡାକ ପକାଇଥିଲେ । ସେମାନେ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ । ସୋର ବ୍ଲକ ଛକ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଉକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।



