ଚାଲିବ ୧୧ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

0

ଭୁବନେଶ୍ୱର: ଟ୍ରେନ୍‌ରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୧୧ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି। ସୂଚନାନୁସାରେ ଏପ୍ରିଲ୍‌ ୪ରୁ ଜୁନ୍‌ ୨୭ ତାରିଖ ମଧ୍ୟରେ ସମ୍ବଲପୁର-ବାଂଶବାଡ଼ି (ବେଙ୍ଗାଲୁରୁ) ସ୍ପେଶାଲ ଫେୟାର ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏପ୍ରିଲ୍‌ ୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୁରୀ-ସନ୍ତ୍ରାଗାଚ୍ଛି (ହାୱଡ଼ା) ସ୍ପେଶାଲ ଟ୍ରେନ୍‌, ମାର୍ଚ୍ଚ ୩୧ରୁ ଜୁଲାଇ ୧ ମଧ୍ୟରେ ବିଶାଖାପାଟଣା-କିରାନ୍ଦୁଲ ଭାୟା କୋରାପୁଟ ସ୍ପେଶାଲ ଟ୍ରେନ୍‌, ଏପ୍ରିଲ୍‌ ୩ରୁ ଜୁନ୍‌ ୨୭ ମଧ୍ୟରେ ହବିବଗଞ୍ଜ (ଭୋପାଳ)-ପୁରୀ, ଏପ୍ରିଲ ୫ରୁ ଜୁନ୍‌ ୨୯ ମଧ୍ୟରେ ସନ୍ତ୍ରାଗାଚ୍ଛି-ପୁରୀ ସ୍ପେଶାଲ ଟ୍ରେନ୍‌, ଏପ୍ରିଲ୍‌ ୬ରୁ ଜୁଲାଇ ୨ ମଧ୍ୟରେ ସିକନ୍ଦରାବାଦ-ଗୌହାଟୀ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ସେହିପରି ଏପ୍ରିଲ୍‌ ୩ରୁ ଜୁନ୍‌ ୨୭ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା-ସିକନ୍ଦରାବାଦ୍‌ ସ୍ପେଶାଲ, ଏପ୍ରିଲ୍‌ ୨ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ବିଶାଖାପାଟଣା-ତିରୁପତି ସ୍ପେଶାଲ ଫେୟାର, ଏପ୍ରିଲ୍‌ ୩ରୁ ଜୁନ୍‌ ୨୭ ମଧ୍ୟରେ କଚ୍ଚେଗୁଡ଼ା-ବିଶାଖାପାଟଣା-ତିରୁପତି ସ୍ପେଶାଲ, ଏପ୍ରିଲ୍‌ ୧ରୁ ଜୁନ୍‌ ୨୫ ପର୍ଯ୍ୟନ୍ତ ତିରୁପତି-ବିଶାଖାପାଟଣା ଏସି ସ୍ପେଶାଲ, ଏପ୍ରିଲ୍‌ ୬ରୁ ମେ’ ୨୭ ତାରିଖ ମଧ୍ୟରେ ଯଶୋବନ୍ତପୁର-ବିଶାଖାପାଟଣା ତତ୍କାଳ ସ୍ପେଶାଲ ଚଳାଚଳ କରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କ୍ଷେତ୍ର ଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ରେଳବାଇ ବିଚାର କରୁଛି।

Leave A Reply