www.samajalive.in
Monday, December 15, 2025
14.1 C
Bhubaneswar

ଗୋ-ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ବଡ଼ ଦଣ୍ଡ: ୭ବର୍ଷ ଜେଲ, ୬୦ଲକ୍ଷ ଜୋରିମାନା

ପାଟନା: ଗୋ-ଖାଦ୍ୟ ଦୁର୍ନୀତିରେ ଦୁମକା କୋଷାଗାରରେ ହୋଇଥିବା ଦୁର୍ନୀତିର ତଦନ୍ତରେ ବିହାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଆଜି ମାନ୍ୟବର ଜଜ୍‌ ଦଣ୍ଡିତ କରିଛନ୍ତି। ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଶନିବାର ଲାଲୁଙ୍କୁ ୭ ବର୍ଷ ଜେଲ ଓ ୬୦ ଲକ୍ଷ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗୋ- ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କ ନାମରେ ୪ଟି ମାମଲା ଚାଲିଛି। ସେଥିରୁ ୩ଟି ମାମଲାରେ ଲାଲୁଙ୍କୁ ଦଣ୍ଡିତ କରାଯାଇଛି। ଏଯାବତ୍‌ ଲାଲୁଙ୍କୁ ସର୍ବାଧିକ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇ ଥିବାବେଳେ ଆଜିର ମାମଲାରେ ତାଙ୍କୁ ୭ବର୍ଷରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ବିହାରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ପକ୍ଷଭୁକ୍ତ କରାଯାଇ ଥିଲେ ମଧ୍ୟ ବିଚାର ପ୍ରକ୍ରିୟାରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦେଶରେ ଖଲାସ କରି ଦିଆଯାଇଛି। ୧୯୯୫ରୁ ୯୬ ମଧ୍ୟରେ ଦୁମକା କୋଷାଗାରରୁ ବେଆଇନ ଭାବରେ ଲାଲୁ ଓ ତାଙ୍କ ସହଯୋଗୀ ମୋଟ୍‌ ୩କୋଟି ୧୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଲାଲୁଙ୍କ ସମେତ ୧୯ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories