ଗିରଫଦାରୀକୁ ଏଡ଼ାଇବାକୁ ଦିଲ୍ଲୀ କୋର୍ଟରେ ଚିଦାମ୍ବରମ୍‍

0

ନୂଆଦିଲ୍ଲୀ: ପ୍ରାକ୍ତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‍ ଏଆରସେଲ ମ୍ୟାକ୍ସିସ୍‍ ଅର୍ଥ ନେଣଦେଣ ମାମଲାରେ ଗିରଫଦାରୀକୁ ଏଡ଼ାଇବା ଉଦ୍ଦେଶ୍ୟରେ ଦିଲ୍ଲୀ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଅଗ୍ରୀମ ଜାମିନ ଆଶାରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ଓ ପି ସାଇନିଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ ଓ ଅର୍ଥନୈତିକ ଅପରାଧ ଶାଖା(ଇଡି)କୁ ଉକ୍ତ କୋର୍ଟ ୫ଜୁନ୍‍ରେ ପି ଚିଦାମ୍ବରମ୍‍ଙ୍କୁ ହାଜର କରିବାକୁ ନିର୍ଦେଶ ଦେଇଥିଲା। ଜୁନ୍‍ ୫ ମଧ୍ୟରେ ଚିଦାମ୍ବରମଙ୍କ ନିକଟରୁ ଉତ୍ତର କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇ ଥିବାବେଳେ ଜୁନ ୫ ମଧ୍ୟରେ ଅର୍ଥ ମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ଇଡିକୁ ନିର୍ଦେଶ ଦେଇଥିଲେ। ୨ଜି ସ୍ପେକ୍ଟମ୍‍ ଦୁର୍ନୀତି ମାମଲାରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ଓ ଇଡି ଦ୍ୱାରା ପୃଥକ ପୃଥକ ୨ଟି ମାମଲା ୨୦୧୧ ଓ ୨୦୧୨ରେ ରୁଜୁ କରାଯାଇ ଥିଲା।

Leave A Reply