କ୍ୟାମେରା ଆଗରେ ଦୁଇ ପାକ ଆଙ୍କର୍‌ ମଧ୍ୟରେ ଝଗଡ଼ା

0

ଇସଲାମାବାଦ: ପାକିସ୍ତାନରେ ଦୁଇ ଟିଭି ନ୍ୟୁଜ୍‌ ଆଙ୍କର ମଧ୍ୟରେ ସାଙ୍ଘାତିକ ଝଗଡ଼ା। ନ୍ୟୁଜ୍‌ ବୁଲେଟିନ ପ୍ରସାରଣ ହୋଇନଥିଲେ ମଧ୍ୟ ଏହି ସମୟରେ କ୍ୟାମେରା ଅନ୍‌ ରହିଥିଲା। ଝଗଡ଼ା ବେଳର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଛି, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଲାହୋରସ୍ଥିତ ନ୍ୟୁଜ୍‌ ଚାନେଲ ସିଟି ୪୨ରେ ଜଣେ ପୁରୁଷ ଆଙ୍କର ଓ ଜଣେ ମହିଳା ଆଙ୍କର ମଧ୍ୟରେ ଏହି ଝଗଡ଼ା ଲାଗିଥିଲା। କୌଣସି କାରଣକୁ ନେଇ ଉଭୟ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରିଥିଲେ।

Leave A Reply