ଲକ୍ଷ୍ନୌ: ଆଗାମୀ କୁମ୍ଭ ମେଳା ପାଇଁ ତୀର୍ଥଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳବାଇ ୮୦୦ ଅତିରିକ୍ତ ଟ୍ରେନ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛି। ନର୍ଥ ସେଣ୍ଟ୍ରାଲ ରେଲୱେ (ପିଆରଓ) ଅମିତ ମାଲବ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶ ପ୍ରୟାଗରାଜ (ଆଲ୍ଲାହାବାଦ) ଜିଲାରୁ ଏହିସବୁ ଟ୍ରେନ ଚଳାଚଳ କରିବ। ନିୟମିତ ଟ୍ରେନ ସହିତ ଏହି ଅତିରିକ୍ତ ଟ୍ରେନ ଚଳାଚଳ କରିବ। ସେହିପରି ପ୍ରବାସୀ ଭାରତୀୟ ତୀର୍ଥଯାତ୍ରୀଙ୍କ ଲାଗି ଦିଲ୍ଲୀ-ଅଲ୍ଲାହାବାଦ ମଧ୍ୟରେ ୪ରୁ ୫ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ତୀର୍ଥଯାତ୍ରୀଙ୍କୁ ଷ୍ଟେସନରେ ଆବଶ୍ୟକ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜ ଜଙ୍କସନରେ ୧୦ହଜାର ତୀର୍ଥଯାତ୍ରୀ ରହିବା ଭଳି ଟେଣ୍ଟର ବ୍ୟବସ୍ଥା କରାଯାଇଛି। ଏହି ଟେଣ୍ଟରେ ଭେଣ୍ଡିଂ ଷ୍ଟଲ, ପାଣି ବୁଥ, ଟିକଟ କାଉଣ୍ଟର, ଏଲସିଡି ଟିଭି, ସାଧାରଣ ଅଭିଯୋଗ ପ୍ରକୋଷ୍ଠ, ସିସିଟିଭି କ୍ୟାମେରା, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ପାଇଖାନା ବ୍ୟବସ୍ଥା କରାଯାଇଛି। ଆସନ୍ତା ଜାନୁଆରୀ ୧୫ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ କୁମ୍ଭମେଳା ଅନୁଷ୍ଠିତ ହେବ।
Popular Categories



