www.samajalive.in
Saturday, December 6, 2025
15.1 C
Bhubaneswar

ସିଆରପିଏଫ୍ ଯବାନଙ୍କ ସ୍ଥିତିକୁ ନେଇ ଜେପିସି ଦୁଃଖିତ

ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନଙ୍କ କାର୍ଯ୍ୟ ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଯୁଗ୍ମ ସଂସଦୀୟ କମିଟି (ଜେପିସି)। କଂଗ୍ରେସ ନେତା ପି ଚିଦମ୍ବରମଙ୍କ ନେତୃତ୍ବରେ ଗଠିତ ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରାଜ୍ୟସଭାରେ ଉପସ୍ଥାପନ କରିଥିବା ରିପୋର୍ଟରେ ସିଆରପିଏଫ ଯବାନଙ୍କ ଦୟନୀୟ ସ୍ଥିତି ଉପରେ ଆଲୋକପାତ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ସିଆରପିଏଫ ଯବାନମାନେ ଏକ ପ୍ରକାର ନିର୍ଯାତିତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଦିନକୁ ୧୨ରୁ ୧୪ଘଣ୍ଟା କାମ କରାଯାଉଛି। ସେମାନଙ୍କୁ ସାପ୍ତାହିକ ଛୁଟି ଓ ଅନ୍ୟ ଛୁଟି ଦିଆଯାଉ ନାହିଁ। ରାଜ୍ୟ ସରକାରମାନେ ଏହି ଯବାନମାନଙ୍କୁ ଯୋଗାଇ ଦେଉଥିବା ବାସସ୍ଥାନ ଅସ୍ବାସ୍ଥ୍ୟକର, ଅସୁରକ୍ଷିତ। ଯାହା ଯବାନମାନଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ସହ ମାନସିକ ଓ ଶାରୀରିକ ସ୍ଥିତିକୁ କ୍ଷତି ପହଞ୍ଚାଉଛି। ​‌େ​‌ଜପିସି ଉପସ୍ଥାପନ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ୮୦ପ୍ରତିଶତ ସିଆରପିଏଫ ଯବାନ ସାପ୍ତାହିକ ଛୁଟି ଓ ଅନ୍ୟ ଛୁଟି ପାଆନ୍ତି ନାହିଁ। ଜଣେ ସଶସ୍ତ୍ର ବାହିନୀ ଯବାନର ୨୪ଘଣ୍ଟା, ସପ୍ତାହ ୭ଦିନ ସ ବର୍ଷକ ୩୬୫ ଦିନ ସଜାଗ ରହିଥାଏ। ତେବେ ସେମାନଙ୍କୁ ଦୈନିକ ୧୨ରୁ ୧୪ଘଣ୍ଟା କାମ କରାଇବା ଦ୍ବାରା ମାନସିକ ଓ ଶାରୀରିକ କ୍ଷତି ପହଞ୍ଚାଇଥାଏ। ଭାରତୀୟ ଶ୍ରମ ଆଇନ ଅନୁଯାୟୀ ଜଣେ କର୍ମଚାରୀ ସପ୍ତାହକୁ ୪୮ଘଣ୍ଟା କାମ କରିବ। ମାତ୍ର ଯବାନମାନଙ୍କୁ ଏପରି ନିୟମରୁ ବାଦ ଦିଆଯାଉଛି। ଯାହା ଗ୍ରହଣୀୟ ନୁହେଁ।
ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟସରକାରଗୁଡିକ ସିଆରପିଏଫ ବାହିନୀ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ପ୍ରତ୍ୟେକ ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସିଆରପିଏଫ ବାହିନୀକୁ ଲୋଡାଯାଉଛି। ବିଭିନ୍ନ ରାଜ୍ୟକୁ ପଠାଯାଉଥିବା ସିଆରପିଏଫ ଯବାନଙ୍କୁ ରାଜ୍ୟ ସରକାର ଆବଶ୍ୟକ ବାସସ୍ଥାନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉ ନାହାନ୍ତି। ସେମାନଙ୍କୁ ରହିବା ପାଇଁ ଦିଆଯାଉଥିବା ସ୍ଥାନ ଅସ୍ବାସ୍ଥ୍ୟକର ଓ ଅନୁନ୍ନତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories