www.samajalive.in
Sunday, December 7, 2025
26.1 C
Bhubaneswar

କଣ୍ଟିନେଣ୍ଟାଲ କପ୍‍ ଦୌଡ଼କୁଦ: ଅର୍ପିନ୍ଦରଙ୍କୁ ଐତିହାସିକ ବ୍ରୋଞ୍ଜ୍‍

ଓଷ୍ଟ୍ରାଭା (ଚେକ୍‍ ରିପବ୍ଲିକ୍‍): ପ୍ରଥମ ଭାରତୀୟ ଭାବେ କଣ୍ଟିନେଣ୍ଟାଲ କପ୍‍ ଦୌଡ଼କୁଦ ପ୍ରତିଯୋଗିଦାରେ ପଦକ ଜିତିଛନ୍ତି ଭାରତର ଅର୍ପିନ୍ଦର ସିଂହ। ପୁରୁଷ ଟ୍ରିପ୍‍ଲ ଜମ୍ପ୍‍ରେ ଅର୍ପିନ୍ଦର ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ପୂର୍ବରୁ କୌଣସି ଭାରତୀୟ ଏହି ଚମ୍ପିଆନ୍‍ସିପ୍‍ରେ ପଦକ ଜିତିନଥିଲେ। ପ୍ରଥମ ପ୍ରୟାସରେ ଅର୍ପିନ୍ଦର ୧୬.୫୯ ମିଟର ଦୂରକୁ ଡେଇଁ ସେମିଫାଇନାଲରେ ପହଞ୍ଚିଥିବା ବେଳେ ପରେ ୧୬.୩୩ ମିଟର ଦୂରତା ହାସଲକରି ୩ୟ ସ୍ଥାନରେ ରହିଥିଲେ। ଗତ ଏସୀୟ କ୍ରୀଡ଼ାରେ ୧୬.୭୭ ମିଟର ଦୂରକୁ ଡେଇଁ ଅର୍ପିନ୍ଦର ସ୍ୱର୍ଣ୍ଣପଦକ ଜିତିଥିଲେ। ୧୭.୫୯ ମିଟର ସହ ଅଲିମ୍ପିକ୍‍ ତଥା ବିଶ୍ୱ ଚମ୍ପିଆନ୍‍ ଆମେରିକାର କ୍ରିଷ୍ଟିଆନ୍‍ ଟେଲର ସ୍ୱର୍ଣ୍ଣ ଓ ୧୭.୦୨ ମିଟର ସହ ବୁର୍କିନା ଫାସୋର ହ୍ୟୁଗ୍‍ସ ଫାବ୍ରିସ୍‍ ଜାଙ୍ଗୋ ରୌପ୍ୟପଦକ ଜିତିଥିଲେ। ତେବେ ଏହି ପ୍ରତିଯୋଗିତାରେ ଭାରତର ଶ୍ରେଷ୍ଠ ପଦକ ଆଶା ନୀରଜ ଚୋପ୍ରା ନିରାଶ ହୋଇଛନ୍ତି। ଜାଭେଲିନ୍‍ ଥ୍ରୋରେ ନୀରଜ ୮୦.୨୪ ମିଟର ଦୂରତା ହାସଲକରି ୬ଷ୍ଠ ସ୍ଥାନରେ ରହିଥିଲେ। ଚଳିତ ସିଜିନ୍‍ରେ ଏହା ନୀରଜଙ୍କ ସବୁଠାରୁ ଖରାପ ପ୍ରଦର୍ଶନ।
ଏସୀୟ କ୍ରୀଡ଼ାରେ ୮୮.୦୬ ଦୂରତା ସହ ନୀରଜ ସ୍ୱର୍ଣ୍ଣପଦକ ଜିତିଥିଲେ। ପୁରୁଷ ୪୦୦ ମିଟର ଦୌଡ଼ରେ ଭାରତର ମହମ୍ମଦ ଅନାସ୍‍ ୪୫.୭୨ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହିଥିଲେ। ପୁରୁଷ ୧୫୦୦ ମିଟର ଦୌଡ଼ରେ ଭାରତର ଜିନ୍‍ସନ ଜନ୍‍ସନ ୬ଷ୍ଠ ସ୍ଥାନରେ ରହିଥିଲେ। ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିବା ଜିନ୍‍ସନ ପୂର୍ବରୁ ୮୦୦ ମିଟର ଦୌଡ଼ରେ ଭାଗନେଇ ୭ମ ହୋଇଥିଲେ। ଏସୀୟ କ୍ରୀଡ଼ାରେ ମହିଳା ୧୫୦୦ ମିଟର ଦୌଡ଼ରେ ବ୍ରୋଞ୍ଜ୍‍ପଦକ ଜିତିଥିବା ସୁଧା ସିଂହ ୪ର୍ଥ ସ୍ଥାନରେ ରହିଥିଲେ। ୩୦୦୦ ମିଟର ଦୌଡ଼ରେ ପି.ୟୁ. ଚିତ୍ରା ରେସ୍‍ ସମାପ୍ତ କରି ପାରିନଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories