ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ୧୪ ମିଟରର ଘାଇ, ୨୦ ଏକର ଜମି ଜଳମଗ୍ନ

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଆର.ଡି ୫୦.୨ ମିଟର ପାଖରେ ଥିବା ଏକ ପଥର ବନ୍ଧ ନିର୍ମିତ ସିଡି ନିକଟରେ ୧୪ ମିଟରର ଘାଇ ହେବା କାରଣରୁ କେନାଲ ତଳକୁ ଲାଗି ରହିଥିବା ଜୁନାଗଡ ବ୍ଲକ ଅଧିନସ୍ତ ପଣ୍ଡରାପଲା ଗ୍ରାମର ୨୦ ଏକରରୁ ଅଧିକ •ଷ ଜମି ଜଳମଗ୍ନ ହେଇଯାଇଛି। ଯାହା ଫଳରେ ଏହି ସବୁ ଜମିର ଧାନ •ଷ ନଷ୍ଟ ହେବାର ଆଶଙ୍କା କରାଯାଉଛି।
ବୁଧବାର ସକାଳେ ଏହି କେନାଲ ମାଧ୍ୟମରେ ସେକେଣ୍ଡ ପ୍ରତି ୭ଘନ ମିଟର ପାଣି ଜଳ ସେଚନ ପାଇଁ ନିଷ୍କାସିତ କରାଯାଉଥିଲା। ଏହି ସମୟରେ ପୂର୍ବରୁ ଦୁର୍ବଳ ଥିବା ଆର.ଡି ୫୦.୨ ମିଟର ପାଖରେ ସିଡି ନିକଟରେ କେନାଲର ଦକ୍ଷିଣ ହୁଡା ନିକଟରେ ପାଣି ଅଧିକ ହେବା ସହ ଭାଙ୍ଗି ଦେଇଥିଲା। ଯାହା ଫଳେରେ ପାଣି ସିଡି ମଧ୍ୟ ଦେଇ କେନାଲକୁ ଲାଗି ରହିଥିବା ପଣ୍ଡରାପଲା ଗ୍ରାମର ମେଦ ମାଝୀ, ପ୍ରଭାକର ମାଝୀ ପ୍ରମୁଖ •ଷୀଙ୍କ ପ୍ରାୟ ୨୦ ଏକରରୁ ଅଧିକ •ଷ ଜମିରେ ପାଣି ମାଡିଯାଇଛି। ଗତ କିଛି ଦିନ ତଳେ ଲଗାଣ ବର୍ଷା ପାଣିରୁ •ଷୀ ଆଶ୍ୱସ୍ତ ହେଉଥିବା ବେଳେ ପେୁଣି ବୋଝ ଉପରେ ନଳିତା ବିଡା ସ୍ୱରୁପ ପାଣି ଓ ବାଲି ଚର ହୋଇ •ଷ ନଷ୍ଟ ହେଇଯିବାର ଆଶଙ୍କା କରାଯାଉଛି। ଏନେଇ ସୂଚନା ପାଇବା ପରେ ମଙ୍ଗଳପୁର ହାତୀ ବ୍ୟାରେଜରୁ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜଳ ସେଚନକୁ ବନ୍ଦ କରାଯାଇ ବିଭିନ୍ନ ଏସକେଫ ମାଧ୍ୟମରେ ଜଳସ୍ତର କମାଇବାର ପ୍ରୟାସ କରାଯାଉଛି। ଏହାର ପୁନଃ ନିର୍ମାଣ ପର୍ଯ୍ୟନ୍ତ ଜଳ ସେଚନ ବନ୍ଦ ରହିବ। ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କିଭଳି ପୁନଃ ନିର୍ମାଣ କାର୍ଯ୍ୟ କରାଯିବ ସେନେଇ ଗୁରୁତ୍ୱ ଦେଉଛନ୍ତି।
ସୂଚନାଯୋଗ୍ୟ ଯେ, କେନାଲ ନିର୍ମାଣ ସମୟରେ ଅନେକ ସି.ଡି. ଅସାଇଫୋନ ସବୁ ପଥର ବନ୍ଧରେ ନିର୍ମିତ କରାଯାଇଥିଲା। ପ୍ରତି ବର୍ଷ ଜଳ ସେଚନ ହେବା ଦ୍ୱାରା ଏହା ପ୍ରଭାବିତ ହେଉଛି ଓ ଅନେକ ସମୟରେ ଭାଙ୍ଗିଯାଉଛି। ଏହାକୁ ଗୁୁରୁତ୍ୱ ଦେଇ ରାଜ୍ୟ ସରକାର କେନାଲର ପୁନଃ ନିର୍ମାଣର ବ୍ୟବସ୍ଥା ପାଇଁ ୩୨୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଥିଲେ ମଧ୍ୟ ଅଦ୍ୟାବଧି ଏହା ନର୍ମାଣ ହୋଇପାରୁନାହିଁ। ଏଥିପ୍ରତି ଗୁରୁତ୍ୱ ଦିଆନଗଲେ ଆଗାୀ ଦିନରେ ଏହି କେନାଲ ମାଧ୍ୟମରେ ଜଳ ସେଚନ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଅନ୍ୟପଟେ କ୍ଷତିଗ୍ରସ୍ଥ •ଷୀଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ନେଇ •ଷୀ ସଂଗଠନ ତରଫରୁ ଦାବି ହେଉଛି।

kalyan agarbati

Comments are closed.