ଇଣ୍ଡୋନେସିଆରେ ଆତଙ୍କବାଦକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ;୧୫ପ୍ରସଙ୍ଗରେ ରାଜିନାମା
ଜାକର୍ତା: ଦକ୍ଷିଣ ଏସିଆର ୩ ପ୍ରମୁଖ ଦେଶ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବୁଧବାର ଇଣ୍ଡୋନେସିଆ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତାରେ ଉଭୟ ଦେଶ ମଧ୍ୟରେ ୧୫ଟି ପ୍ରସଙ୍ଗରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହା ପୂର୍ବରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡ଼ୋଡ଼ାଙ୍କ ସହ କାଲିବାଟା ସ୍ମାରକକୁ ଯାଇଥିଲେ। ସେଠାରେ ସହିଦଙ୍କୁ ଶ୍ରଦ୍ଧାଜ୍ଞଳୀ ପ୍ରଦାନ କରିଥିଲେ ଉଭୟ ରାଷ୍ଟ୍ର ନେତା। ଇଣ୍ଡୋନେସିଆରେ ମୋଦି ୨ଦିନ ରହଣି କରିବା ପରେ ସିଙ୍ଗାପୁର ଓ ମାଲେସିଆ ଅଭିମୂଖେ ଯାତ୍ରା କରିବେ। ପରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନ ଗସ୍ତ କରିବା ସହ ସେଠାରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଇଣ୍ଡୋନେସିଆ ଉପରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଆତଙ୍କବାଦ କ୍ଷେତ୍ରରେ ଭାରତ ଓ ଇଣ୍ଡୋନେସିଆ ଏକ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଇଣ୍ଡୋନେସିଆରେ ମୋଦୀଙ୍କ ଗସ୍ତ ସମୟରେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇ ଥିଲା। ହର ହର ମୋଦୀ ନାରାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇ ଥିଲା।