mission shakti banner

ଆପର ୨୦ ବିଧାୟକ ସଦସ୍ୟତା ବଳବତ୍ତର

BSKY banner  750×100
0

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ପୁନଃର୍ବିଚାର କରିବାକୁ ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟରେ ପ୍ରକାଶ ପାଇଛି। ୨୮ ଫେବୃଆରୀରେ ଉଚ୍ଚ ନ୍ୟାୟାଳୟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ୨୩ମାର୍ଚ୍ଚ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଶୁକ୍ରବାର ଜଷ୍ଟିସ ଚନ୍ଦ୍ରଶେଖର ଓ ସଞ୍ଜିବ ଖାନ୍ନା ନିର୍ବାଚନ କମିଶନଙ୍କୁ ପୁନଃର୍ବିଚାର କରିବାକୁ ରାୟ ପ୍ରକାଶ କରିଛନ୍ତି। ଉଚ୍ଚ ନ୍ୟାଳୟାଳୟର ଏହି ନିର୍ଦେଶ ପରେ ଆପର ୨୦ବିଧାୟକଙ୍କ ସଦସ୍ୟତା ବଳବତ୍ତର ରହିବା ସହ ଦିଲ୍ଲୀରେ ଉପ-ନିର୍ବାଚନର ଆଶଙ୍କା ଏକ ପ୍ରକାର ଟଳି ଯାଇଛି। ଏହି ୨୦ ବିଧାୟକ ଲାଭଦାୟକ ପଦରେ ରହିଥିବାରୁ ସେମାନଙ୍କ ସଦସ୍ୟତାକୁ ବାତିଲ କରି ଦେଇଥିଲେ ନିର୍ବାଚନ କମିଶନ। ଏହାକୁ ଚ୍ୟାଲେଞ୍ଜ କରି ଆପ୍‌ ବିଧାୟକ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ଉଚ୍ଚ ନ୍ୟାୟାଳୟର ୨ଜଣିଆ ଖଣ୍ଡପିଠ ୨୦ ବିଧାୟକଙ୍କ ସଦସ୍ୟତାକୁ ବଳବତ୍ତର ରଖିବା ସହ ନିର୍ବାଚନ କମିଶନଙ୍କୁ ପୁର୍ନଃବିଚାର କରିବାକୁ ରାୟ ପ୍ରଦାନ କରିଛନ୍ତି।

Leave A Reply