mission shakti banner

ଆଇପିଏଲ୍‍ ଉଦ୍‍ଘାଟନୀ ଉତ୍ସବରେ ଅଧିନାୟକମାନେ ଯୋଗଦେବେ ନାହିଁ

BSKY banner  750×100
0

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍୍‍)ର ୧୧ଶ ସଂସ୍କରଣ ଆସନ୍ତା ୭ରୁ ଆରମ୍ଭ ହେଉଛି। ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଏହି ମେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଖେଳାଯିବ। ତେବେ ଏହି ମ୍ୟାଚ୍‍ ପୂର୍ବରୁ ଏକ ସଂକ୍ଷିପ୍ତ ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୮ଟି ମଧ୍ୟରୁ ୬ଟି ଦଳର ଅଧିନାୟକ ଯୋଗଦେବେ ନାହିଁ ବୋଲି ବିସିସିଆଇ ଘୋଷଣା କରିଛି। କେବଳ ଉଦ୍‍ଘାଟନୀ ମ୍ୟାଚ୍‍ର ଦୁଇ ଦଳ ମୁମ୍ବଇ ଓ ଚେନ୍ନଇର ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି ଉପସ୍ଥିତ ରହିବେ। ବୋର୍ଡ ଘୋଷଣା କରିଛି ଯେ ୮ଟିଯାକ ଫ୍ରାଞ୍ଚାଇଜି ଦଳର ଅଧିନାୟକ ୬ରେ ମିଳିତ ଭାବେ ଏକ ଭିଡିଓ ସୁଟିଂକରିବେ ଏବଂ ସେହିଦିନ ସେମାନଙ୍କ ଦଳ ଥିବା ସହରକୁ ଫେରିଯିବେ। ପୂର୍ବରୁ ସମସ୍ତ ଆଇପିଏଲ୍‍ର ଉଦ୍‍ଘାଟନୀ ଉତ୍ସବ ପ୍ରଥମ ମ୍ୟାଚ୍‍ର ପୂର୍ବଦିନ ଅନୁଷ୍ଠିତ ହେଉଥିଲା ଏବଂ ୮ଟି ଦଳର ଅଧିନାୟକ କ୍ରିକେଟ୍‍ର ସଦ୍‍ଭାବନା ବଜାୟ ରଖିବାର ଶପଥ ନେଉଥିଲେ। ତେବେ ଚଳିତବର୍ଷ ପ୍ରଥମ ମ୍ୟାଚ୍‍ ଦିନ ହିଁ ଉଦ୍‍ଘାଟନୀ ଉତ୍ସବ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ଉତ୍ସବରେ ଯଦି ଅନ୍ୟ ୬ଟି ଦଳର ଅଧିନାୟକ ଯୋଗଦିଅନ୍ତି; ପରଦିନ ସେମାନେ ମ୍ୟାଚ୍‍ ଖେଳିବାରେ ଅସୁବିଧା ଅନୁଭବ କରିପାରନ୍ତି। ଏଥିପାଇଁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ୮ରେ ୨ଟି ମ୍ୟାଚ୍‍ ଥିବାରୁ ୪ଟି ଦଳ ମ୍ୟାଚ୍‍ ଖେଳିବେ। ତେଣୁ ଶନିବାର ଉଦ୍‍ଘାଟନୀ ମ୍ୟାଚ୍‍ ଥିବାରୁ ଶୁକ୍ରବାର ୮ଟିଯାକ ଦଳର ଅଧିନାୟକ ମୁମ୍ବଇରେ ଏକାଠି ହେବେ।

Leave A Reply