www.samajalive.in
Monday, December 8, 2025
16.1 C
Bhubaneswar

ଅବିସ୍ମରଣୀୟ ଦେଶପ୍ରେମୀ

ବିଦେଶୀ ଶାସକଙ୍କୁ ଭାରତ ମାଟିରୁ ହଟାଇବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଦେଶରେ ଅହଂିସା ଆନ୍ଦୋଳନ ଆରମ୍ଭ ହୋଇଯାଇଥାଏ। କୌଣସି ପରିସ୍ଥିତିରେ ବି ହିଂସାର ମାର୍ଗ ନ ଆପଣେଇ ଅହିଂସାମାର୍ଗରେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବା ଥିଲା ବାପୁଙ୍କ ଲକ୍ଷ୍ୟ। ହେଲେ ସେ ସମୟରେ କିଛି କ୍ରାନ୍ତିକାରୀ ଅହିଂସ ଆନ୍ଦୋଳନକୁ ସମର୍ଥନ କରି ନଥିଲେ, ଯଦିଚ ଉଭୟଙ୍କ ଲକ୍ଷ୍ୟଥିଲା ଏକ- ଦେଶମାତୃକାକୁ ସ୍ବାଧୀନ କରିବା। ସଶସ୍ତ୍ର ସଂଗ୍ରାମରେ ବିଶ୍ବାସ କରୁଥିବା ଦେଶପ୍ରେମୀମାନେ ଅନୁଭବ କରିଥି​‌େ​‌ଲ ଯେ ଅସ୍ତ୍ରର ଉତ୍ତର ଅସ୍ତ୍ରରେ ହିଁ ଦିଆଯିବା ଉଚିତ। ଏ ନିମନ୍ତେ ଲୋଡ଼ା ହିଂସାତ୍ମକ ସଂଗ୍ରାମ। ସଶକ୍ତ ସେନାବାହିନୀ ମାଧ୍ୟମରେ ଏହି ଲକ୍ଷ୍ୟକୁ ସାକାର କରିବା ଶ୍ରେଷ୍ଠ ପନ୍ଥା ବୋଲି ଧରିନେଇଥିଲେ ନେତାଜୀ ସୁଭାଷଚନ୍ଦ୍ର ବୋଷ।
ଘଟଣାଚକ୍ରରେ ବିପ୍ଳବୀ ରାସବିହାରୀ ବୋଷଙ୍କ ଦ୍ବାରା ପ୍ରତିଷ୍ଠିତ ଆଜାଦ୍‌ ହିନ୍ଦ୍‌ ଫୌଜ (ଆଇଏନ୍‌ଏ)ର ସେନାଧ୍ୟକ୍ଷ ଦାୟିତ୍ବ ଗ୍ରହଣର ସୁଯୋଗ ମିଳିଥିଲା। ଲକ୍ଷ୍ୟ ହାସଲ ପାଇଁ ଏହା ଥିଲା ସୁବର୍ଣ୍ଣ ସୁଯୋଗ। ମହତ୍‌ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ନେତାଜୀ ବ୍ୟାଙ୍କକ୍ ଯାଇଥିଲେ। ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ନେତାଜୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଆୟୋଜିତ ଏକ ବିଶାଳ ଜନସମାବେଶରେ ନେତାଜୀ ଇଂରେଜ ଶାସନରେ ଭାରତୀୟମାନଙ୍କର ଦୟନୀୟ ସ୍ଥିତି, ସେମାନଙ୍କ ଅତ୍ୟାଚାର, ଅମାନୁଷିକତା, ଶୋଷଣ, ଲୁଣ୍ଠନ, ନିର୍ଯାତନା ସମ୍ପର୍କରେ କହିବାସହ ଏଥିରୁ ମୁକ୍ତି ପାଇଁ ସେମାନଙ୍କର ସହାୟତା ଲୋଡ଼ିଥିଲେ। ଏଭଳି ଜଣେ ଉଦାତ୍ତ ଦେଶପ୍ରେମୀଙ୍କ ଅଗ୍ନିବର୍ଷୀ ବାଣୀ‌ରେ ଉଦ୍‌ବୁଦ୍ଧ ହୋଇଥିଲେ ସେଠାର ଭାରତୀୟମାନେ। ଅସଂଖ୍ୟ ଭାରତୀୟ ସଂକଳ୍ପ କରିଥିଲେ ଭାରତଭୂମିକୁ ଗୋଲାମିରୁ ମୁକ୍ତ କରିବା ନିମନ୍ତେ।
ସଶକ୍ତ ଆଇଏନଏ ନିମନ୍ତେ ପ୍ରଥମ ପ୍ରମୁଖ ଓ ଜରୁରୀ ଆବଶ୍ୟକତା ଥିଲା ଅର୍ଥ। ଉପସ୍ଥିତ କିଛି ମହିଳା ମଞ୍ଚ ଉପରକୁ ଆସି ଅତି ଆଗ୍ରହରେ ସେମାନଙ୍କ ଅାଭୂଷଣକୁ ଦେଶକୁ ଗୋଲାମିରୁ ମୁକ୍ତିଭଳି ପବିତ୍ର କାର୍ଯ୍ୟରେ ବିନିଯୋଗ ଉଦ୍ଦେଶ୍ୟରେ ନେତାଜୀଙ୍କ ହାତରେ ଦେଇଥିଲେ। ଦେଖୁଦେଖୁ ଅସଂଖ୍ୟ ମହିଳା ଧାଡ଼ି ଲଗାଇଲେ ଆଭୂଷଣ ଦାନ ନିମନ୍ତେ। ସେମାନଙ୍କର ଏଭଳି ତ୍ୟାଗ, ଦେଶପ୍ରେମ ଦେଖି ନେତାଜୀ ଅଭିଭୂତ ହୋଇଯାଇଥିଲେ। ଭାବବିଭୋର ହୋଇ କହିଥିଲେ – ‘ପୁତ୍ର, କୁପୁତ୍ର ହୋଇପାରେ, ହେଲେ ମାତା କଦାପି କୁମାତା ହୋଇନପାରେ। ଏହି ସଭାରେ ମୋଠାରେ ନିରାଶା ଓ ଦୁଃଖ ଲକ୍ଷ୍ୟ କରି ଉପସ୍ଥିତ ମା’ମାନେ ମୋର ମାଆ ମୋର ମାନ ରକ୍ଷା କରିବା ନିମନ୍ତେ ଆଗେଇ ଆସିଛନ୍ତି। ଆଜାଦ୍‌ ଭାରତ ମୁଁ ଦେଖିପାରିବି କି ନାହିଁ ତାହା ଜାଣେନା, ହେଲେ ଏହି ଆଜାଦୀ ଅଭିଯାନରେ ମୁଁ ମାଆମାନଙ୍କର ଏଭଳି ଦେଶପ୍ରୀତି, ସେମାନଙ୍କର ତ୍ୟାଗ ମନୋଭାବ ଦେଖି ନିଜକୁ କୃତାର୍ଥ ମଣୁଛି।’ ନେତାଜୀଙ୍କଠାରୁ ଏହା ଶୁଣି ସେଠାରେ ସମବେତ ଅଧିକାଂଶ ଭାରତୀୟଙ୍କ ଆଖିରେ ଲୁହ ଭରିଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories