ନିଆରା ପରମ୍ପରା: ବିବାହରେ ଛେଳି ଶିଙ୍ଘରେ ପ୍ରସ୍ତୁତ ଅଳଙ୍କାର ପିନ୍ଧେ କନ୍ୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ କୋଣରେ ଭିନ୍ନ ପ୍ରକାର ପରମ୍ପରା ଆଦି ଦେଖିବାକୁ ମିଳେ । ବିଶ୍ବର ଆଦିବାସୀ ସମ୍ପ୍ରଦାୟଙ୍କ ରୀତି ନୀତି ବହୁତ ଅଜବ ଏବଂ ଏହା ସମସ୍ତଙ୍କୁ ଚକିତ କରିଥାଏ । ଏହାର ଏକ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ପାକିସ୍ତାନୀ ବ୍ଲଗର ଏକ ଆଦିବାସୀ ସମୁଦାୟ ସୁରୀ ମଧ୍ୟରେ ପହଞ୍ଚି ବିବାହ ପାଇଁ ପ୍ରସ୍ତୁତ ହେଉଥିବା କନ୍ୟାର ସୌନ୍ଦର୍ଯ୍ୟକୁ କ୍ୟାମେରାରେ କଏଦ କରିଛନ୍ତି । ଇଥୋପିଆର ଆଦିବାସୀ ସମୁଦାୟ ସୁରୀର ଏହି କନ୍ୟାକୁ ସଜାଇବା ପାଇଁ କୌଣସି ସୁନା-ରୂପା ହାର ନୁହେଁ, ବରଂ ଛେଳିର ଶିଙ୍ଘରେ କରାଯାଏ ।

 

View this post on Instagram

 

A post shared by Shabbir Ahmad (@thepaktrekker)

ସୁରୀ ସମୁଦାୟର ଏହି ନୂଆ କନ୍ୟାର ଭିଡିଓ ପାକିସ୍ତାନୀ ବ୍ଲଗର ଶବ୍ବାରୀ ଅହମଦ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ଭିଡିଓକୁ ୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସମସ୍ତେ ଏହି ନିଆରା ସଂସ୍କୃତିକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି । ତେବେ କିଛି ଯୁବତୀଙ୍କୁ ଏମିତି ସଜବାଜ ପସନ୍ଦ ଆସୁନି ଏବଂ ସେମାନେ କହୁଛନ୍ତି କି ‘ଭଗବାନ କେବେ ବି ଏମିତି ସ୍ଥାନରେ ତାଙ୍କୁ ଜନ୍ମ ନଦିଅନ୍ତୁ ।’

Comments are closed.