ସ୍ଥାନୀୟ ଅଞ୍ଚଳକୁ ଅବହେଳା ପ୍ରତିବାଦରେ ଖଣିଜ ପରିବହନ ବନ୍ଦ କଲେ ଆଦିବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ଖଣିରୁ ଶୁକ୍ରବାର ଆଦିବାସୀମାନେ ଖଣିଜ ପରିବହନ ବନ୍ଦ କରିଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଅବହେଳା ପ୍ରତିବାଦରେ ଆଦିବାସୀମାନେ ଖଣିରୁ ମାଲ ପରିବହନ ବନ୍ଦ କରିବାସହ ପ୍ରବେଶ ପଥକୁ ଅବରୋଧ କରିଛନ୍ତି । ଖଣିରୁ କମ୍ପାନୀର କିଛି ଗୁଣ୍ଡା ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପ୍ରଶାସନ ପହଞ୍ଚି ବୁଝାସୁଝା କରିଥିବା ସୂଚନା ମିଳିଛି। ଖଣି ଖନନ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।

kalyan agarbati

Comments are closed.