nua o banner

ଅକ୍ଷୟ ତୃତୀୟା : ଜାଣନ୍ତୁ କିଣାକିଣି ଓ ପୂଜା ପାଇଁ ଶୁଭ ମୁହୂର୍ତ୍ତ, ଭୁଲରେ ବି ଏସବୁ ଜିନିଷ କିଣିବେ ନାହିଁ..

BJD Bijuli 480×75 Mob

୨ ଦିନ ପରେ ଅକ୍ଷୟ ତୃତୀୟା। ଏହି ଦିନ କିଛି ସ୍ୱତନ୍ତ୍ର ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ତେବେ ଜାଣନ୍ତୁ ଅକ୍ଷୟ ତୃତୀୟାରେ ଜିନିଷ କିଣିବାର ଶୁଭ ମୁହୂର୍ତ୍ତ ଓ ସୁନା- ଚାନ୍ଦି ବଦଳରେ ଅନ୍ୟ କେଉଁ ଜିନିଷ କିଣି ଆଣିବା ଦ୍ୱାରା ଅଭାବ ହେବନି ଧନ..
ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ମେ’ ୧୦ରେ ପାଳନ କରାଯିବ। ଏହି ଦିନ ଜିନିଷ କିଣିବା ଅତ୍ୟନ୍ତ ଶୁଭଙ୍କର ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।

ଅକ୍ଷୟ ତୃତୀୟାରେ ସୁନା-ଚାନ୍ଦି ଆଭୂଷଣ ଓ କିଛି ନୂଆ ଜିନିଷ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି ସମ୍ପନ୍ନତାରେ ବୃଦ୍ଧି ହୋଇଥାଏ। ଜାଣନ୍ତୁ ଶୁଭ ମୁହୂର୍ତ୍ତ..

ଅକ୍ଷୟ ତୃତୀୟାରେ କିଣାକିଣିର ପ୍ରଥମ ଶୁଭ ମୁହୂର୍ତ୍ତ ସକାଳ ୫ଟା ୩୩ରୁ ଆରମ୍ଭ ହୋଇ ସକାଳ ୧୦ ଟା ୩୭ ପର୍ଯ୍ୟନ୍ତ ରହିବ। ଏହାପରେ ୨ୟ ଶୁଭ ମୁହୂର୍ତ୍ତ ୧୨ ଟା ୧୮ରୁ ଖରାବେଳ ୧ଟା୫୯ ପର୍ଯ୍ୟନ୍ତ ରହିବ।

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

ଅକ୍ଷୟ ତୃତୀୟାରେ କିଣାକିଣି ପାଇଁ ୩ୟ ଶୁଭ ମୁହୂର୍ତ୍ତସନ୍ଧ୍ୟା ୫ ଟା ୨୧ ରୁ ସନ୍ଧ୍ୟା ୭ ଟା ୦୨ ପର୍ଯ୍ୟନ୍ତ ରହିବ। ଏହାସହ ୪ର୍ଥ ଶୁଭ ମୁହୂର୍ତ୍ତ ରାତି ୯ ଟା ୪୦ ରୁ ରାତି ୧୦ ଟା ୫୯ ପର୍ଯ୍ୟନ୍ତ ରହିବ।

ଅକ୍ଷୟ ତୃତୀୟାରେ ପୂଜାର ଶୁଭ ମୁହୂର୍ତ୍ତ ସକାଳ ୫ ଟା ୩୩ ରୁ ମଧ୍ୟାହ୍ନ ୧୨ ଟା ୧୮ ପର୍ଯ୍ୟନ୍ତ ହେବ। ଅର୍ଥାତ୍ ପୂଜା ପାଇଁ ୬ ଘଣ୍ଟାରୁ ଅଧିକ ସମୟ ମିଳିବ।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ଅକ୍ଷୟ ତୃତୀୟାରେ ସୁନା-ଚାନ୍ଦିରେ ତିଆରି କିଛି ଛୋଟ ଆଭୂଷଣ କିଣି ପାରିବେ। ସୁନା-ଚାନ୍ଦି ନକିଣିଲେ, ଅକ୍ଷୟ ତୃତୀୟାରେ ମାଟିର ମାଠିଆ, ବାସନ, କଉଡି, ଯଅ, ହଳଦିଆ ସୋରିଷ, ଶଙ୍ଖ, ଶ୍ରୀଯନ୍ତ୍ର, ଧନିଆ କିଣି ଘରକୁ ଆଣି ପାରିବେ। ଏସବୁ ଜିନିଷକୁ କିଣିବା ଅତ୍ୟନ୍ତ ଶୁଭଙ୍କର।

ମାତ୍ର ଅକ୍ଷୟ ତୃତୀୟା ଦିନ ପ୍ଲାଷ୍ଟିକ୍ , କଳା ପୋଷାକ, କଣ୍ଟାଯୁକ୍ତ ଜିନିଷ, ଧାରୁଆ ଜିନିଷ ଆଦୌ କିଣନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ଫଳ ଭୋଗିବାକୁ ପଡିଥାଏ।

Comments are closed.