ସିଏମଙ୍କୁ ମାନହାନୀ;ପିଏମଙ୍କୁ ନୋଟିସ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ସିଏମ ସିଦ୍ଧରମନ ସୋମବାର ୬ପୃଷ୍ଠା ସମ୍ବଳିତ ଏକ ମାନହାନୀ ନୋଟିସ ପିଏମ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣ କରିଛନ୍ତି। ଏହା ବ୍ୟତୀତ ସିଏମ ସିଦ୍ଧରମନ ବିଜେପିକୁ ମଧ୍ୟ ଏଥିରେ ପକ୍ଷଭୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ପ୍ରଚାର ସମୟରେ ରାଜ୍ୟର କଂଗ୍ରେସ ସରକାରକୁ ସମାଲୋଚନା କରିବାକୁ ଯାଇ “ସିଧା ରୁପୈୟା ସରକାର’ ଓ “୧୦ପ୍ରତିଶତ ସରକାର’ ପରି ଆକ୍ଷେପ କରିଥିଲେ। ଏହାକୁ ବିରୋଧ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଉକ୍ତ ମାମଲାରେ ମାନହାନୀ ମକଦ୍ଦୋମା କରିବା ସହ ସର୍ବସାଧାରଣରେ ଭୁଲ ସ୍ୱୀକାର କରିବାକୁ ସର୍ତ୍ତ ରଖିଛନ୍ତି। ଏହି ମାମଲାରେ କଂଗ୍ରେସ ପକ୍ଷରୁ ମଧ୍ୟ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ନାମରେ ୧୦୦କୋଟିର ମାନହାନୀ କରିବାକୁ ଚେତାବନୀ ଦିଆଯାଇଛି।

kalyan agarbati
Leave A Reply