www.samajalive.in
Monday, December 15, 2025
16.1 C
Bhubaneswar

ବରଫ ଅତଡ଼ା ଖସି ୧୦ ନିଖୋଜ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣି ଥରେ ବରଫ ଅତଡ଼ା ଖସିବାରୁ ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟୂନ ୧୦ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୬ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି।
ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର କୁଲଗାମ୍‍ ଜିଲା ଜୱାହର ଟନେଲ୍‍ ନିକଟରେ ଏକ ପୁଲିସ ଶିବିର ଉପରେ ବରଫ ଅତଡ଼ା ଖସିପଡ଼ିଥିଲା। ସେତେବେଳେ ଶିବିରରେ ୨୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ପୁଲିସ କର୍ମଚାରୀ, ଦୁଇ ଜଣ ଆଗ୍ନିକ ଓ ଦୁଇ ଜଣ ନାଗରିକ ବରଫ ଅତଡ଼ା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ପୁଲିସ ଓ ଉଦ୍ଧାରକାରୀ ଦଳ ତତ୍କାଳ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ସକାଳୁ ସେହି ଅଞ୍ଚଳରୁ ୭୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।
ଜାମ୍ମୁକାଶ୍ମୀର ୧୬ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଫ ପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ତୁଷାରପାତ ଯୋଗୁଁ ଜାମ୍ମୁକୁ ଯାଉଥିବା ଜାତୀୟ ରାଜପଥ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବନ୍ଦ ହୋଇଯାଇଛି। ଶ୍ରୀନଗର ବିମାନବନ୍ଦରକୁ କୌଣସି ବିମାନ ଆସୁପାରୁନାହିଁ। ରାସ୍ତାଘାଟ ବନ୍ଦ ହୋଇଯିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚି ପାରୁନାହିଁ। ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଭିତ୍ତିଭୂମି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କ୍ଷୟକ୍ଷତି ପରିମାଣ ଅଧିକ ଥିବାରୁ ମରାମତି ଓ ପୁନରୁଦ୍ଧାର ବିଳମ୍ବିତ ହେବ ବୋଲି କୁହାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories