ନିର୍ବାଚନରେ ହାରି ଗିନିଜ ରେକର୍ଡ଼

0

ନୂଆଦିଲ୍ଲୀ: ଭାରତରେ ଏଭଳି ଜଣେ ବ୍ୟକ୍ତି,ଯିଏ ଦୀର୍ଘ ସମୟ ଧରି ନିର୍ବାଚନରେ ହାରି ଗିନିଜ ବୁକ ରେକର୍ଡ଼ କରିଛନ୍ତି। ଏଭଳି ବ୍ୟକ୍ତି ହେଲେ ବେଙ୍ଗାଲୁରୁ ନିବାସୀ ହୋତେ ପାକ୍ସା ରଙ୍ଗସ୍ୱାମୀ। ୧୯୬୭ରୁ ୨୦୦୪ ମଧ୍ୟରେ ସମସ୍ତ ନିର୍ବାଚନରେ ସେ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ କୌଣସି ନିର୍ବାାଚନରେ ଜିତିବାର ସୁଯୋଗ ତାଙ୍କୁ ମିଳି ନଥିଲା। ତେବେ ନିର୍ବାଚନରେ ତାଙ୍କର ସ୍ୱତନ୍ତ୍ର ବିଶେଷତ୍ତ୍ୱ ରହିଛି। ଦେଶର ପ୍ରାୟତଃ ଲୋକପ୍ରିୟ ନେତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ରଙ୍ଗାସ୍ୱାମୀ। ତାଙ୍କ ଜୀବନ କାଳରେ ମୋଟ୍‍ ୮୬ଟି ନିର୍ବାଚନରେ ରଙ୍ଗସ୍ୱାମୀ ଭାଗ ନେଇଥିଲେ। ୧୯୬୭ରେ ରଙ୍ଗସ୍ୱାମୀ ପ୍ରଥମ ଥର ପାଇଁ କର୍ଣ୍ଣାଟକର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ କେଙ୍ଗାଲ ହନୁମନ୍ତିଆଙ୍କ ସହ ହୋଇଥିବାବେଳେ ୨୦୦୪ରେ ଶେଷ ଥର ପାଇଁ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସଏମ ମିଶ୍ରାଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କରିଥିଲେ। ଏପରିକି ରଙ୍ଗସ୍ୱାମୀ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ନିର୍ବାଚନ ମଇଦାନରେ ଲଢେଇ କରିଛନ୍ତି। ରଙ୍ଗସ୍ୱାମୀ ଏଥି ନିମନ୍ତେ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିଥିଲେ। ରାଜନୈତିକ ଦଳର ନାମ ‘ହୋତେ ପାକ୍ସା ‘ପାର୍ଟି ନାମରେ ନାମିତ କରାଯାଇଛି। ଅର୍ଥାତ୍‍ ଭୋକିଲା ପେଟ। ନିର୍ବାଚନ ସମୟରେ ସେ ସ୍ୱଳ୍ପ ମୂଲ୍ୟରେ ଭୋଟରଙ୍କୁ ସ୍ୱଳ୍ପ ମୂଲ୍ୟରେ ଚାଉଳ ଗହମ ବିକ୍ରି କରିଥାନ୍ତି। ରଙ୍ଗନାଥ ୨୦୦୭ରେ ପ୍ରାଣ ହରାଇ ଥିଲେ।

kalyan agarbati
Leave A Reply