www.samajalive.in
Monday, December 15, 2025
27.1 C
Bhubaneswar

ଆବାସିକ ଯୋଜନାରେ ସାମିଲ ଦାବି, ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ସମ୍ବଲପୁର: ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର ବାସିନ୍ଦାମାନେ ଆବାସ  ଯୋଜନାରେ ସାମିଲ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ବୁଧବାର ପୂର୍ବାହ୍ନରେ ସେମାନେ ଜିଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ଦେଇଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ମହଦା ପଞ୍ଚାୟତର ଅନେକ ବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଦାବି କରିଛନ୍ତି। ୨୦୨୧ରୁ ୨୦୨୩ ମସିହା ପର‌୍ୟ୍ୟନ୍ତ ମଞ୍ଜୁର ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଗ୍ୟ ତାଲିକାରେ ସ୍ଥାନିତ କରାଯାଇନାହିଁ । ଫଳରେ ଅଞ୍ଚଳର ଅନେକ ବାସିନ୍ଦାମାନେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏଣୁ ତୁରନ୍ତ ପଦକ୍ଷେପ ନିଆଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡିଏ ପ୍ରଦାନ ପାଇଁ ଦାବି କରାଯାଇଛି । ପ୍ରଦତ୍ତ ଦାବିପତ୍ରରେ ୱାର୍ଡ ମେମ୍ବର ଖୁଣ୍ଟା ତାଣ୍ଡିଆ, ରାନି ମୁଣ୍ଡାଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories