www.samajalive.in
Monday, December 15, 2025
15.1 C
Bhubaneswar

୨ନଂ ଜୋନରେ ବିଜେଡି ପ୍ରାର୍ଥୀ ମିନତୀ ଗାଗରାଇ ଆଗୁଆ

ଆଠଗଡ :  ଆଠଗଡ ବ୍ଲକର ୨ନଂ ଜିଲ୍ଲାପରିଷଦ ଜୋନର ୧୨ଟି ପଞ୍ଚାୟତରେ ଜିଲ୍ଲାପରିଷଦ ପାର୍ଥୀ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ଭୋଟଗଣନା ରବିବାର ୨ୟ ଦିନରେ ଚାଲିଛି । ୨ନଂ ଜୋନର ଭୋଟ ଗଣତି ବିଳମ୍ବିତ ରାତିରେ ଶେଷ ହେବ ବୋଲି ଅନୁମେୟ। ନବମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ମିନତୀ ଗାଗରାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଚିନ୍ମୟୀ ପୂର୍ତ୍ତୀଙ୍କଠାରୁ ୮୭୩୪ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀ ମିନତୀ ୧୩୭୨୯ ଭୋଟ ପାଇଥିବାବେଳେ ବିଜେପିର ଚିନ୍ମୟୀ ୪୯୯୫ ଖଣ୍ଡ ଭୋଟ ଏବଂ କଂଗ୍ରେସ ପାର୍ଥୀ ରଞ୍ଜିତା ହେଁସା ୧୧୪୭ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି । ଭୋଟ ବ୍ୟବଧାନକୁ ଦେଖିଲେ ବିଜେଡି ଏହି ଜିଲ୍ଲାପରିଷଦ ଆସନ ହାତେଇବା ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଭୋଟ୍ ଗଣତି ପ୍ରକ୍ରିୟା ପରିଚାଳନା କରୁଥିବାବେଳେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏହା ଅନୁଧ୍ୟାନ କରିବା ପାଇଁ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ଉପସ୍ଥିତ ଅଛନ୍ତି । ସେହିପରି ତହସିଲଦାର ପ୍ରିୟବ୍ରତ ଦାସ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ନିର୍ବାହ କରୁଥିବାବେଳେ ତ୍ରିସ୍ତରୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା ଏସଡିପିଓ ବିଜୟ କୁମାର ବିସି ଓ ଆଇଆଇସି ବାମଦେବ ସ୍ୱାଇଁ ପରିଚାଳନା କରୁଛନ୍ତି। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ନିର୍ବାଚନ ଫଳାଫଳ ସଂପର୍କୀତ ସମସ୍ତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିବା ପାଇଁ ସେଠାରେ ଉପସ୍ଥିତ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories