ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୫୦ ବର୍ଷ ପରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଓ କେତୁ ଏକାଠି ହେବା ଫଳରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଖୁବ୍ ଖାସ୍ ହେବା ସହ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ସେହିପରି ୧୫ ସେପ୍ଟେମ୍ବରରେ ଶୁକ୍ର ମଧ୍ୟ ସିଂହ ରାଶିରେ ପ୍ରବେଶ କରିବା କାରଣରୁ ଚର୍ତୁଗ୍ରହୀ ଯୋଗ ମଧ୍ୟ ସୃଷ୍ଟି ହେବ । ଏହି ୨ଟି ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ବଡ ପରିବର୍ତ୍ତନ ହେବ । ଜାଣନ୍ତୁ..
ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ବଡ ଉନ୍ନତି ହେବ । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ପଦନ୍ନୋତିର ଯୋଗ ରହିଛି । ଅନେକ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ହସଖୁସିର ବାତାବରଣ ସହ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।
ବିଛା- ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ଧନୁ- ସୁଖ-ସମୃଦ୍ଧି ସହ ବଡ ସଫଳତା ମିଳିବ । ହଠାତ୍ ଧନ ମିଳିବ । ଅଟକି ଥିବା କାମ ପୂରଣ ହେବ । ଅଟକି ଥିବା ଧନ ମଧ୍ୟ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ପଦନ୍ନୋତିର ଯୋଗ ମଧ୍ୟ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ ।
କମିଲା ଗ୍ୟାସ୍ ସିଲିଣ୍ଡର.. ପେନ୍ସନ୍ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ



