ସୋଫିଆ: ରୁଷର ଜିପିଏସ୍ ଜାମରରେ ଫସିଛି ୟୁରୋପୀୟ ୟୁନିୟନ(ଇୟୁ) ମୁଖ୍ୟ ଉର୍ସୁଲା ଭୋନ ଡେର ଲେୟେନଙ୍କ ବିମାନ। ଉର୍ସୁଲାଙ୍କୁ ନେଇ ଯାଉଥିବା ବିମାନ ବୁଲଗେରିଆରେ ଅବତରଣ କରିବା ସମୟରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ ହେଉଛି ରୁଷ୍ର ଜାମରରେ ବିମାନଟି ଫସିଯାଇଥିଲା। ତେବେ ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ଉର୍ସୁଲାଙ୍କ ବିମାନକୁ ଏହାର ଜାମରରେ ଫସାଇଥିଲା ନା ଏହା ସ୍ବତଃ ଫିସଥିଲା ତାହା ଜଣାପଡି ନାହିଁ। ଉର୍ସୁଲାଙ୍କ ମୁଖପାତ୍ର ଆରିଆନା ପୋଡେସ୍ତା କହିଛନ୍ତି ଯେ ଇୟୁ ମୁଖ୍ୟଙ୍କୁ ନେଇ ଯାଉଥିବା ବିମାନଟି ସୁରକ୍ଷିତ ଭାବେ ପୋଲଭଡିଭ୍ ଆନ୍ତର୍ଜାତିକ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ଜାମରରେ ଫସିବା ସତ୍ତ୍ବେ ବିମାନଟି ଏହାର ଗତିପଥ ପରିବର୍ତ୍ତନ କରି ନଥିଲା।
୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..



