ଜୁଲାଇ ୩୦ରେ ଜିମ୍ବାୱେରେ ସାଧାରଣ ନିର୍ବାଚନ

0

ହରାରେ : ଜୁଲାଇ ୩୦ରେ ଜିମ୍ବାୱେରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତି ଏମର୍‍ସନ୍‍ ମନାଙ୍ଗଗ୍ୱା ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି। ୨୦୧୭ ନଭେମ୍ବରରେ ୯୪ ବର୍ଷ ବୟସ୍କ ଏକଚ୍ଛତ୍ରବାଦ ଶାସକ ରୋବର୍ଟ ମୁଗାବେ ସେନା ଦ୍ୱାରା କ୍ଷମତାଚ୍ୟୁତ ହେବା ପରେ ଦେଶରେ ପ୍ରଥମ ଥର ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ପଦ ସମେତ ସମସ୍ତ ସଂସଦୀୟ ଏବଂ ପରିଷଦ ଆସନ ନିମନ୍ତେ ଦେଶରେ ମତଦାନ ହେବ। ମନାଙ୍ଗଗ୍ୱା ରାଷ୍ଟ୍ରପତି ପଦ ବଜାୟ ରଖିବା ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Leave A Reply