ନୂଆଦିଲ୍ଲୀ : ଜେଲିଓ ଇ-ମୋବିଲିଟି ନିଜ ଇଲେକ୍ଟ୍ରିକ୍ ଗାଡିରେ ୨ ବର୍ଷର ଓ୍ବାରେଣ୍ଟିର ଘୋଷଣା କରିଛି । କମ୍ପାନୀ ନିଜ ଉତ୍ପାଦ ଲାଇନରେ ସାମିଲ ସମସ୍ତ ଇଲେକ୍ଟ୍ରିକ୍ ସ୍କୁଟର ବା ଇଲେକ୍ଟ୍ରିକ୍ ରିକ୍ସାରେ ୨ ବର୍ଷର ଓ୍ବାରେଣ୍ଟି ଦେଉଛି । ଗାଡି କ୍ରୟ କରିଥିବା ଗ୍ରାହକଙ୍କ ଅନୁଭୂତିକୁ ଉତ୍ତମ କରିବା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । କମ୍ପାନୀର ପୋର୍ଟଫୋଲିଓରେ ଯେତେ ଇ-ସ୍କୁଟର ବା ଇ-ରିକ୍ସା ରହିଛି ସେଥିରେ ଓ୍ବାରେଣ୍ଟି ସମୟକୁ ବଢାଇ ୨ ବର୍ଷ କରିଦେଇଛି କମ୍ପାନୀ । ୧ ଏପ୍ରିଲରୁ ଓ୍ବାରେଣ୍ଟି ପଲିସିକୁ ଲାଗୁ କରିଦେଇଛି କମ୍ପାନୀ ।
କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ଓ୍ବାରେଣ୍ଟି ପ୍ରୋଗ୍ରାମରେ ମୋଟର, କଣ୍ଟ୍ରୋଲର ଓ ଚେସିସକୁ ସାମିଲ କରାଯାଇଛି । କମ୍ପାନୀର ପୋର୍ଟଫୋଲିଓରେ ଏକ୍ସ-ମେନ୍, ଗ୍ରେସି, ଇଭା ଓ ମିଷ୍ଟ୍ରି ସାମିଲ । ଏହା ବ୍ୟତୀତ କମ୍ପାନୀ ନିଜ ପୋର୍ଟଫୋଲିଓରେ ଯେଉଁ ଇଲେକ୍ଟ୍ରିକ୍ ଥ୍ରୀ ହ୍ବିଲର ରଖିଛି ସେଥିରେ ମଧ୍ୟ ଓ୍ବାରେଣ୍ଟି ସୁବିଧା ଦେଉଛି ।
ଏହି ସୁବିଧା ଅନୁସାରେ ଗ୍ରାହକଙ୍କୁ କେବଳ ଖରାପ ହୋଇଥିବା କମ୍ପୋନେଣ୍ଟର ଆବଶ୍ୟକତା ପଡିବ । ୩ ଦିନ ମଧ୍ୟରେ ଗାଡି ସଜାଡିଦେବ କମ୍ପାନୀ । ଏହି ଓ୍ବାରେଣ୍ଟି ଟ୍ରାନ୍ସଫରେବଲ । ଅର୍ଥାତ୍ ଏହି ଓ୍ବାରେଣ୍ଟି ସମୟ ମଧ୍ୟରେ ଯଦି ଆପଣ ଗାଡି ବିକୁଛନ୍ତି ଏବଂ ଯଦି ଅନ୍ୟ ଜଣେ ଏହାକୁ କ୍ରୟ କରୁଛନ୍ତି ତେବେ ସେମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ । ସାରା ଦେଶରେ ଜେଲିଓର ୪୦୦ରୁ ଅଧିକ ଡିଲରସିପ ଓ ସର୍ଭିସ ସେଣ୍ଟର ରହିଛି ।



