ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶିତ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଯୋଗ ଦେଇ ଯୁବ ସଂସ୍କାରର ମହତ୍ତ୍ଵ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ. ବିଜୟ ମିଶ୍ର ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ସଂଯୋଜିକା ଡ଼ଃ. ସଂଯୁକ୍ତା ପଣ୍ଡା ପରିଚାଳନା କରିବା ସହିତ ଦେଶ ମାତୃକା ପାଇଁ ଉତ୍ତମ ନାଗରିକର କର୍ତ୍ତବ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଯୁବ ସଂସ୍କାର କାର୍ୟ୍ୟକ୍ରମର ସଂଯୋଜିକା ରଞ୍ଜୁସା ପ୍ରହରାଜ ଯୁବ ସଂସ୍କାର କାର୍ଯ୍ୟକ୍ରମର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ର ସମେତ ତାଇରା ଵେଗମ୍, ତରନମ ଆରା, ଡ. ରୋହିଣୀ ରାଣୀ ତଥା ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ରଞ୍ଜୁସା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।

 

kalyan agarbati

Comments are closed.