www.samajalive.in
Saturday, December 6, 2025
15.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ଆଚାରୀ ମ୍ୟାଗି

ମ୍ୟାଗି ଖାଇବା ସଭିଁଙ୍କୁ ବେଶ ପସନ୍ଦ। ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ। ତେବେ ଜାଣନ୍ତୁ ଏକ ଭିନ୍ନ ଶୈଳୀରେ ମ୍ୟାଗି ପ୍ରସ୍ତୁତ କରିବେ କିଭଳି।
ଆବଶ୍ୟକ ସାମଗ୍ରୀ
ମ୍ୟାଗି – ୨ ପ୍ୟାକେଟ୍‍
କଟା ପିଆଜ – ୨ଟି
ସିମଲା ଲଙ୍କା -୧ଟି
କଟା ଟମାଟୋ – ୨ଟି
ଗରମ ମସଲା – ୧ଚାମଚ
ଚାଟ୍‍ ମସଲା – ୧ ଚାମଚ
ଟମାଟୋ ସସ – ୧ ଚାମଚ
ଆଚାର ମସଲା – ୨ ଚାମଚ
ମ୍ୟାଗି ମସଲା – ୧ ପ୍ୟାକେଟ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରି ସେଥିରେ ମ୍ୟାଗିକୁ ସିଝାନ୍ତୁ। ଏବେ ଅନ୍ୟ ପଟେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ପିଆଜ,ସିମଲା ଲଙ୍କା ପକାଇ ଭାଜନ୍ତୁ। ଭାଜିବା ପରେ ଟମାଟୋ ,ମ୍ୟାଗି ମସଲା, ଗରମ ମସଲା,ଚାଟ ମସଲା, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। କିଛି ସମୟ ପରେ ଟମାଟୋ ସସ, ଆଚାର ମସଲା ପକାଇ ସାମାନ୍ୟ ପାଣି ଦିଅନ୍ତୁ। ଏବେ ସିଝାଇଥିବା ମ୍ୟାଗିକୁ ଏଥିରେ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଚାରୀ ମ୍ୟାଗି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories