www.samajalive.in
Saturday, December 6, 2025
23.1 C
Bhubaneswar

ପତ୍ନୀ ରାନ୍ଧିଲେନି ମଟନ ତରକାରୀ ; ସ୍ୱାମୀ ଏମିତି କାର୍ଯ୍ୟ କଲେ, ବାନ୍ଧିନେଲା ପୁଲିସ

ହାଇଦ୍ରାବାଦ : ଅନେକ ଲୋକଙ୍କୁ ଆମିଷ ଖାଇବା ବେଶ ପସନ୍ଦ। ଆମିଷ ମଧ୍ୟରେ ମଟନ ମଧ୍ୟ ଅନେକଙ୍କୁ ଖୁବ ପ୍ରିୟ। କିଛି ଲୋକେ ପସନ୍ଦ ଅନୁଯାୟୀ ଖାଦ୍ୟ ନମିଳିଲେ ସେମାନେ କିଛି ପାଗଳାପି କରିଥାଆନ୍ତି। ସେଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ନାଲଗୋଣ୍ଡାରେ। ଜଣେ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ପାଇଁ ମଟନ ତରକାରୀ ରୋଷେଇ ନକରିବାରୁ ସେ ଏପରି କାର୍ଯ୍ୟ କଲେ ତାଙ୍କୁ ପୁଲିସ ଗିରଫ କରିଛି। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ତେଲେଙ୍ଗାନାର ଜଣେ ବ୍ୟକ୍ତି ତାଙ୍କ ପସନ୍ଦର ମଟନ ତରକାରୀ ନରାନ୍ଧିବାରୁ ସେ ରାଗି ଯାଇ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ୧୦୦ ନମ୍ବରକୁ ବାରମ୍ବାର ଡାଏଲ କରିଥିଲେ। କେବଳ ଅସହାୟ ଓ ଜରୁରୀକାଳନୀ ପରିସ୍ଥିତି ପାଇଁ ଏହି ନମ୍ବର ଜାରି କରାଯାଇଥିବାରୁ ନିଜ ସ୍ୱାର୍ଥ ପାଇଁ ବ୍ୟକ୍ତି ଜଣକ ଏହାର ନିୟମ ଭାଙ୍ଗିଥିଲେ। ଫଳରେ ପୁଲିସ ତାଙ୍କୁ ଗିରଫ କରିଛି। ଶୁକ୍ରବାର ଦିନର ଏହି ଘଟଣା ବୋଲି ଜଣାପଡିଛି। ଥରେ ନୁହେଁ ଦୁଇ ଥର ନୁହେଁ ଛଅ ଥର ୧୦୦କୁ ଡାଏଲ କରି ଥିଲେ। ଫଳରେ ଏ ବାବଦରେ ଅପରେଟର ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା। ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ ବୋଲି ମଧ୍ୟ ଜଣାପଡିଥିଲା। ସେ ନିଜ ପତ୍ନୀଙ୍କୁ ମଟନ ରାନ୍ଧିବାକୁ କହିଥିଲେ, ମାତ୍ର ତାଙ୍କ ପତ୍ନୀ ରୋଷେଇ ନକରିବାରୁ ସେ ୧୦୦କୁ ବାରମ୍ବାର ଫୋନ କରିଥିଲେ। ପୁଲିସ ତାଙ୍କୁ ଗିରଫ କରିବା ସହ ଏପରି ଭୁଲ ନକରିବାକୁ ସଚେତନ କରିଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories