www.samajalive.in
Saturday, December 6, 2025
19.1 C
Bhubaneswar

ଦୁର୍ଭଟାଠାରେ ପୁଲିସ ଜନସଂପର୍କ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ: ଜନସାଧାରଣଙ୍କ ସେବା କରିବା ପାଇଁ ପୁଲିସ ସର୍ବଦା ତତ୍ପର ରହିଛି । ଭୟ ନକରି ଯେକୌଣସି ସମସ୍ୟା ନେଇ ଲୋକେ ପୁଲିସ ପାଖକୁ ଯାଆନ୍ତୁ, ଲୋକଙ୍କ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଆମେ ପ୍ରସ୍ତୁତ ହୋଇ ରହିଛୁ । ସେହିପରି ଜଣେ ସଚେତନ ନାଗରିକ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବା ସହିତ ନିଜ ଆଖପାଖରେ ଘଟୁଥିବା ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଓ ବେଆଇନ କାର୍ଯ୍ୟ ସଂପର୍କରେ ପୁଲିସକୁ ସୂଚନା ଦିଅନ୍ତୁ । କାରଣ ବର୍ତ୍ତମାନ ପୁଲିସ ଓ ଜନତାଙ୍କ ମଧ୍ୟରେ ସୁସଂପର୍କ ରଖିବା ସହିତ ସଂପର୍କ ଅତୁଟ ରଖିବାର ସମୟ ଆସିଛି ବୋଲି ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଦୁର୍ଭଟାଠାରେ ଅନୁଷ୍ଠିତ ପୁଲିସ ଜନସଂପର୍କ ଶିବିରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ହୃଷିକେଶ ବରାଳ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ଅଭିନବ ସୋନକର, ରିଜର୍ଭ ଇନ୍ସପେକ୍ଟର ଏ. ବିଘ୍ନେଶ୍ୱର ରାଓ, ଲାଞ୍ଜିଗଡରୋଡ ସରପଞ୍ଚ ମମତା ଶବର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସମାଜସେବୀ ପବନ ଅଗ୍ରୱାଲ, ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର ପ୍ରମୁଖ ଯୋଗ ଦେଇଥିଲେ । ନର୍ଲା ଥାନାଧିକାରୀ ରେଣୁକା ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଲାଞ୍ଜିଗଡରୋଡ, କଦମ୍ବଗୁଡା ଗ୍ରାମପଞ୍ଚାୟତର ହଜାରେରୁ ଉର୍ଦ୍ଧ୍ୱ ପୁରୁଷ, ମହିଳା, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ପୁଲିସ ବିଭାଗର କର୍ମଚାରୀ ତଥା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଇନ୍ସପେକ୍ଟରରୁ ଡିଏସ୍‌ପି ଭାବେ ପଦୋନ୍ନତି ପାଇଥିବା ନର୍ଲା ଥାନାଧିକାରୀ ରେଣୁକା ସୁନାଙ୍କୁ ଲାଞ୍ଜିଗଡ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସଭାପତି ନୀଲେଶ କୁମାର ନାଗ, ସଂପାଦକ ଗୋପାଳ ମହାନନ୍ଦ, ଅଜିତ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ୱନାଥ ମହଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ହାବିଲଦାର ଯତୀନ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ସେହିପରି ନର୍ଲା ଥାନା ସେକେଣ୍ଡ ଅଫିସର ବଂଶୀଧର ସାମଲଙ୍କ ସମେତ ନର୍ଲା ଥାନାର ପୁଲିସ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories