www.samajalive.in
Sunday, December 7, 2025
26.1 C
Bhubaneswar

ଲେଗ ପିସ୍‍ ଚିକେନ ପୋଡା

ଆବଶ୍ୟକ ସାମଗ୍ରୀ
ଲେଗ ପିସ୍‍ ଚିକେନ – ୮ଟି
ଅଦାରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଚାଟ ମସଲା – ଅଳ୍ପ
ବେସନ – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଗରମ ମସଲା – ୧ ଚାମଚ
ଚିକେନ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ନନଷ୍ଟିକ କଡ଼େଇ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ।ଧୋଇବା ପରେ ଛୁରୀ ଦ୍ୱାରା ଏହାକୁ ମଝିରେ ଅଳ୍ପ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବଟର ପକାଇ ସମସ୍ତ ପ୍ରକାରର ମସଲାକୁ ବଟରରେ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମସଲା ମିଶ୍ରଣକୁ ଧୋଇ କରି ରଖିଥିବା ଚିକେନ ଖଣ୍ଡରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହି ଚିକେନକୁ କିଛି ସମୟରେ ଫ୍ରିଜରେ ରଖିଦିଅନ୍ତୁ। ୧୦ ମିନିଟ ପରେ ଫ୍ରିଜରୁ ବାହାର କରି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ନନଷ୍ଟିକ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରୁ କାଢି ଥିବା ଚିକେନକୁ ତେଲରେ ପକାଇ ୩ ରୁ ୪ ମିନିଟ ଫ୍ରାଏ କରି ଦିଅନ୍ତୁ। ଫ୍ରାଏ କରିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏବେ ଏହି ଛଣା ଚିକେନରେ ବଟର ଲଗାଇ ଗ୍ୟାସରେ ଏକ ତାର ଜାଲି ରଖି ଏହି ଚିକେନ ଗୁଡ଼ିକର ଦୁଇଟି ପଟକୁ ହାଲକା ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲେଗ ପିସ୍‍ ଚିକେନ ପୋଡା । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories