ପାଟଣା – ପାଟଣା ଥାନା ଅନ୍ତର୍ଗତ ଶଙ୍ଖୁଆ ଗ୍ରାମର ଦୀପକ କୁମାର ନାଏକ(୩୦) ନାମକ ଯୁବକ ନିଖୋଜ ହୋଇଛନ୍ତି। ଶଙ୍ଖୁଆ ଗ୍ରାମର ସ୍ବର୍ଗତଃ ରମେଶ ନାଏକଙ୍କ ପୁଅ ରାଜସ୍ଥାନର ଜୟପୁର ଜିଲ୍ଲାକୁ ବୋରୱଲରେ କାମ କରିବାକୁ ତାଙ୍କର ଆଉ ଦୁଇ ସାଥୀଙ୍କ ସହ ଯାଇଥିଲେ। ସେଠାରେ ତାଙ୍କର ମୁଣ୍ଡ ଠିକ ନ ରହିବାରୁ ସେପ୍ଟେମ୍ବର ୨୭ ମଙ୍ଗଳବାର ଦିନ ଘରକୁ ଫେରିବା ସମୟରେ ରାଜସ୍ଥାନର ସବାଇ ମାଧପୁର ନିକଟରେ ଖିଆପିଆ ସାରି ଶୌଚ ପାଇଁ ଟ୍ରେନର ପାଇଖାନା ଡ଼ବାକୁ ଯାଇଥିଲେ। ତାର ସାଙ୍ଗରେ ଥିବା ଦୁଇ ସାଙ୍ଗ ଶୋଇପଡିଥିବା ସମୟରେ ମୁଣ୍ଡ ଠିକ ନଥିବା ଦୀପକ କୁଆଡେ ଚାଲିଯାଇ ଥିଲେ।
ସେପଟେ ପୁଅର ନିଖୋଜ ଖବର ଶୁଣି ମା ଭଗବତୀ ନାଏକ ଅଖିଆ ଅପିଆ ପୁଅ ଫେରିବାର ବାଟକୁ ଚାହିଁ ରହି ଥିବା ବେଳେ ସାତ ବର୍ଷର ପୁଅ ବାପାଙ୍କ ଫେରିବା ବାଟକୁ ଅନାଇ ବସିଛି। ଏନେଇ ଦୀପକଙ୍କ ବୃଦ୍ଧା ମା ଓଡିଶା ମୋ ପରିବାରର ଅଧ୍ୟକ୍ଷଙ୍କୁ ଅଭିଯୋଗ ପଠାଇଛନ୍ତି। ଜିଲ୍ଲା ଶ୍ରମ ବିଭାଗ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।



