www.samajalive.in
Sunday, December 7, 2025
23.1 C
Bhubaneswar

ଟିକ୍‌ଟକ ଭିଡିଓ ପାଇଁ ଚଳନ୍ତା ପୁଲିସ ଭ୍ୟାନ ଉପରେ ଚାଳକଙ୍କ ଷ୍ଟଣ୍ଟ

ନୂଆଦିଲ୍ଲୀ: ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, ଏବେ ଅଧିକାଂଶ ଲୋକ ଟିକ୍‌ଟକ ଭିଡିଓ ନିଶାରେ ପଡ଼ିଛନ୍ତି। ଏପରି କି ଭିଡିଓ ଶୁଟିଂ ନିଶାରେ ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି। ଏପରି କି ବିପଦପୂର୍ଣ୍ଣ ଭାବେ ଭିଡିଓ ଶୁଟ୍‌ କରାଯାଉଛି। ନୂଆଦିଲ୍ଲୀରେ ଏପରି ଏକ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଟିକଟକ୍‌ ଭିଡିଓ ଶୁଟିଂ ପାଇଁ ଚଳନ୍ତା ପୁଲିସ ଭ୍ୟାନ ଉପରେ ଚାଳକ ଷ୍ଟଣ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଟିକ୍‌ଟିକରେ ଏହି ଭିଡିଓ ଶେୟାର କରାଯାଇଛି।

ଭିଡିଓରେ ଦେଖିାଯାଉଛି ଯେ, ଉକ୍ତ କାରଟି ମାରୁତି ଏର୍ଟିଗା। ତାହାର ସମ୍ମୁଖ ଭାଗରେ ଦିଲ୍ଲୀ ପୁଲିସ ଲେଖାଯାଇଛି। ଏକ ଖୋଲା ପଡ଼ିଆରେ ଗାଡ଼ିଟି ଚଳନ୍ତା ଅବସ୍ଥାରେ ଥିବାବେଳେ ଚାଳକ ସିଟ୍‌ରୁ ବାହାରି ଗାଡ଼ିର ହୁଡ୍‌ ଉପରେ ଚଢ଼ି ପୁଶ୍‌ ଅପ୍‌ ବ୍ୟାୟାମ କରି ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ପରେ ପୁଣି ଥରେ ସେ ଗାଡ଼ି ଭିତରକୁ ଆସି ଚାଳକ ସିଟ୍‌ରେ ବସିପଡ଼ୁଛନ୍ତି। ୧୫ ସେକେଣ୍ଡର ଏହି ଭିଡିଓଟି ଟିକ୍‌ଟକରେ ଦୁଷ୍ୟନ୍ତ ଶର୍ମା ନାମକ ଯୁବକଙ୍କ ପ୍ରୋଫାଇଲରେ ଅପଲୋଡ୍‌ କରାଯାଇଛି। ତେବେ ଭିଡିଓଟି କେଉଁ ସ୍ଥାନରେ ଏବଂ କିଏ ପ୍ରସ୍ତୁତ କରିଛି ସେ ନେଇ କିଛି ଜଣାପଡ଼ି ନାହିଁ। ତେବେ ଯେଉଁ ଗାଡ଼ି ଉପରେ ଏହି ଭିଡିଓ ଶୁଟ୍‌ ହୋଇଛି ତାହାକୁ ଦିଲ୍ଲୀ ପୁଲିସର ଏସିପି କିମ୍ବା ତାଙ୍କ ଉପରିସ୍ଥ ଅଧିକାରୀ ବ୍ୟବହାର କରିଥାନ୍ତି।

- Advertisement -

ଭିଡିଓଟି ଭାଇରାଲ ହେବା ପରେ ପୁଲିସ ଗାଡ଼ି ମାଲିକଙ୍କୁ ନୋଟିସ ଜାରି କରିବା ସହିତ ଉକ୍ତ ଯୁବକ ଜଣକ କିଏ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories