www.samajalive.in
Monday, December 15, 2025
26.1 C
Bhubaneswar

ଯୁବକଙ୍କୁ ଘରୁ ଟାଣି ଆଣି ଖଣ୍ଡାରେ ହାଣି ହତ୍ୟା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗିବାଡି ଗାଁରେ ରବିବାର ରାତିରେ ଜଣେ ଯୁବକକୁ ଘରୁ ଟାଣି ଆଣି ଘର‌ ସମ୍ମୁଖରେ ଖଣ୍ଡାରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ଦିଲୀପ କୁମାର ପାତ୍ର(୪୬)।

ଘଟଣା ନେଇ ମୃତ ଦିଲୀପଙ୍କ ଭାଇ ହରିଶ ଚନ୍ଦ୍ର ପାତ୍ର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରିଛି। ଖବର ପାଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏସ ଶ୍ରବଣ ବିବେକଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାରେ ସମ୍ପୃକ୍ତ ରହିଥିବା ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଥିବା ଡିଏସପି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭରବ୍ରିଜ ଉପରେ ଦିଲିପ ଓ ସିଙ୍ଗିବାଡିର ଅନ୍ୟ ଜଣେ ବ୍ୟକ୍ତି ପିତବାସ ଗୌଡ଼ଙ୍କ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ପିତବାସ ମୋଟରସାଇକେଲର କ୍ଷତି ଘଟିଥିଲା। ଯାହାକୁ ନେଇ ପିତବାସଙ୍କ ପକ୍ଷରୁ ମୋଟରସାଇକେଲ ମରାମତି ବାବଦରେ କ୍ଷତିପୂରଣ ଦେବାକୁ ଦିଲିପକୁ କୁହାଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣା ଦିନ ଦିଲିପ ପକ୍ଷରୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ଦିଲିପ କ୍ଷତିପୂରଣ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଯାହାକୁ ନେଇ ରବିବାର ରାତିରେ ଝଗଡ଼ା ହେବା ସହ ଦିଲିପକୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଘଟଣା ନେଇ ପୁଲିସ ଅଧିକ ଖୋଳତାଡ କରୁଥିବା ସହ ହତ୍ୟାକାଣ୍ଡରେ ଜଣେ ନା ଅନ୍ୟ କେହି ସାମିଲ ରହିଛନ୍ତି ସେ ନେଇ ଅଧିକ ତଦନ୍ତ କରାଯାଉଥିବା ଡିଏସପି ସ୍ବାଇଁ ପ୍ରକାଶ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories