www.samajalive.in
Monday, December 15, 2025
26.1 C
Bhubaneswar

ରହସ୍ୟ ଉପରୁ ପରଦା ହଟିଲା, ନାମ ଘୋଷଣା ସହ ‘ମନ୍ତ୍ର ମୁଗ୍ଧ’ର ଶୁଭ ମହୁରତ

ସମାଜ ଡିଜିଟାଲ ଡେସ୍କ: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହା ସହିତ ଚଳଚ୍ଚିତ୍ରର ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିଲା। ଏକ ଅଭିନବ ରୋମାଞ୍ଚକ କମେଡି ଚଳଚ୍ଚିତ୍ର ଭାବରେ ‘ମନ୍ତ୍ରମୁଗ୍ଧ’ ଓଡ଼ିଆ ସିନେମାର କାହାଣୀରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

- Advertisement -

ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘କର୍ମ’ର ଅଦ୍ଭୂତପୂର୍ବ ସଫଳତା ପରେ ଅନୁପମଙ୍କ ଏହି ନୂଆ ଚଳଚ୍ଚିତ୍ରରେ ଭରି ରହିଛି ରୋମାଞ୍ଚ, ହାସ୍ୟରସ ଏବଂ ସାମାଜିକ ବାସ୍ତବତାର ପ୍ରତିଫଳନ। ୫୦ରୁ ଅଧିକ ଦିନ ଧରି ଆଧିପତ୍ୟ ବଜାୟ ରଖି ସାରା ଦେଶରେ ୮.୫ କୋଟି ଟଙ୍କା ଆୟ କରିଥିବା କର୍ମ ଚଳଚ୍ଚିତ୍ରର ଧାରାକୁ ଆଗେଇନେଇ ଅନୁପମ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତ ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି। ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ଚମତ୍କାର ଅଭିନୟ କରିଥିବା ଦ୍ଵିପାନ୍ଵିତ ଦାସ ମହାପାତ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଥିଆ, ସୋମା ହୋତା ଓ ଭକ୍ତି ଦାସ ପ୍ରମୁଖ ରହିଛନ୍ତି।

ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟରେ ମିଡ଼ିଆ ଜଗତର ଲୋକପ୍ରିୟ ଚେହେରା ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ସାମିଲ ହୋଇ ଏକ ନୂଆ ଧାରା ଯୋଡ଼ିଛନ୍ତି।

‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ କର୍ମ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୁରମୟୀ ମହାପାତ୍ର ଏକ ଦମଦାର ଭୂମିକାରେ ଆସୁଛନ୍ତି।

ଚଳଚ୍ଚିତ୍ରର କାହାଣୀ ଅନୁପମ ଓ ରୋସନ୍ ବିଶୋଇ ଲେଖିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହେଲଟ ଓ ଅନୁପମ । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଥିଆ।

ମନ୍ତ୍ରମୁଗ୍ଧ ର ସଙ୍ଗୀତକୁ ସଜେଇଛନ୍ତି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories