www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଉଛୁଳିଲା ବୈତରଣୀ, ବୋଡକଠାରେ ବୁଡ଼ିବ ଜାତୀୟ ରାଜପଥ

ଆରଡି: ଉପରମୁଣ୍ଡ ଏବଂ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ଆରଡି ଅଞ୍ଚଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଉଛୁଳିବାରେ ଲାଗିଛି। ଆଖୁପଦା ନିକଟରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତଳମୁଣ୍ଡରେ ଲଗାଣବର୍ଷା ଓ ପୂର୍ଣ୍ଣିମା ତିଥି ପାଇଁ ସମୁଦ୍ର ଜୁଆରିଆ ଥିବାରୁ ନଦୀ ଜଳସ୍ତର ବଢ଼ିବା ସହିତ ଚାଷ ଜମିରେ ବି ଜଳପତ୍ତନ ବଢ଼ିବାରେ ଲାଗିଛି। ୫ ଦିନ ତଳେ ବୈତରଣୀ ଓ ସାଳନ୍ଦୀ ନଦୀ ବଢ଼ୁଥିବାରୁ ଆରଡି ସମେତ ବୋଡ଼କ, ମୁଆଁ, ଷାଠିବାଙ୍କୁଡ଼ା, ଅମୃତମଣୀ, ଦୋହରାପାଟଣା, ସୁନ୍ଦରପୁର, ଶୀତଳପୁର, ପାଲଟପୁର ଆଦି ଅଞ୍ଚଳର ଶତାଧିକ ଏକର ସାରଦଧାନ ତଳି ବୁଡ଼ିଯାଇଥିଲା। ଏବେ ବୈତରଣୀ ନଦୀର ଉପରମୁଣ୍ଡରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ କୁଆଖିଆ-ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥର ବୋଡ଼କ ନିକଟରେ ବୁଡ଼ିଯିବା ଆଶଙ୍କା ଦେଖାଦେଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତାର ସୁରକ୍ଷା ପାଇଁ ନଦୀ କଡ଼ରେ ବାଉଁଶ ଏବଂ ବାଲିବସ୍ତା ପକାଯାଇଛି। ଉକ୍ତ ରାସ୍ତା ଦୀର୍ଘବର୍ଷ ହେବ ବୈତରଣୀ ବନ୍ୟାରେ ଧୋଇଯାଇଥିଲେ ବି ଆଜି ପର୍ଯ୍ୟନ୍ତ ମରାମତି ହୋଇନାହିଁ। ଯାହା ଫଳରେ ଜନସାଧାରଣ ବର୍ଷାଦିନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories