mission shakti banner

ଏକ ତରଫା ପ୍ରେମ କରି ପ୍ରମିକାର ବାହାଘରେ ପହଞ୍ଚିବାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ

BSKY banner  750×100
0

ରାଉରକେଲା:  ରାଉରକେଲା କୁଆଁରମୁଣ୍ଡାବ୍ଲକର ଜଗଦୀଶପୁରରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।   ଅର୍‌ବିସ୍‌ ଏକ୍‌କା ନାମକ ଯୁବକ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ।ଏଥିପାଇଁ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଆକ୍ରମଣ କରିଥିଲେ ।

ପରେ ଯୁବତୀଙ୍କ ବିବାହ ଅନ୍ୟତ୍ର ହେଉଥିଲା । ଏହାର ଖବର ପାଇଁ  ଯୁବକ ଜଣଙ୍କ ଯୁବତୀଙ୍କ ଘରେ ପହଞ୍ଚିଥିଲେ ।  ତାଙ୍କୁ ଯୁବତୀଙ୍କ ପରିବାର ଲୋକ ପିଟା ପିଟି କରିବା ସହ ପଥର ଛେଚି ମାରିଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ  ଆରମ୍ଭ କରିଛି ।

Leave A Reply