www.samajalive.in
Sunday, December 7, 2025
13.1 C
Bhubaneswar

ହାତ ଛାଡି ପଦ୍ମ ଧରିଲେ ଯୁବନେତା ଚାଞ୍ଚେର ମାଝୀ ଓ ତାଙ୍କ ସମର୍ଥକ 

କଳାହାଣ୍ଡି : ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏଠାରେ କଂଗ୍ରେସର ପ୍ରବଳ ଦାବିଦାର ଥିବା ଯୁବନେତା ଚାଞ୍ଚେର ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବା ପରେ ଚାଞ୍ଚେର ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଦଳ ଛାଡିଥିଲେ।  ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିବାବେଳେ ତାଙ୍କୁ ରାଜ୍ୟ ସଭାପତି ସ୍ୱାଗତ କରିଥିଲେ। ଏହି ଅବସରରେ ଯୁବନେତା ରାଜେନ୍ଦ୍ର ମାଳି, ହରିହର କୁମାର, ବିନୋଦ ଗଉଡ଼ଙ୍କ ସମେତ ରବୀନ୍ଦ୍ର ପ୍ରଧାନୀ, ପିତାମ୍ବର ପଟେଲ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ଅନ୍ୟ ୩୦ରୁ ଅଧିକ ଦଳ ଛାଡ଼ିଥିବା କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।  ଚାଞ୍ଚେର ଦଳରେ ଯୋଗଦେବା ପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତୃଣମୂଳ ସ୍ତରରୁ ଆହୁରି ମଜବୁତ ହେବ ବୋଲି ରାଜ୍ୟ ନେତୃବୃନ୍ଦ ମତ ଦେଇଥିବାବେଳେ ଗୈରିକ ଦଳ ତାଙ୍କୁ ଏଥର ଦଳର ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇପାରେ ବୋଲି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଲାଣି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories