www.samajalive.in
Monday, December 15, 2025
17.1 C
Bhubaneswar

ବିଜୁ ଯୁବ ଜନତା ଦଳର ଜିଲ୍ଲା ଏବଂ ଜୋନ୍‍ ଭର୍ଚୁଆଲ  ସାଂଗଠନିକ ବୈଠକ

ଭୁବନେଶ୍ଵର: ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟ୍‍ଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ ୩୦ଟି ଜିଲ୍ଲା ଏବଂ ୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ, ମୁନିସିପାଲିଟି ଏବଂ ଏନ୍‍.ଏ.ସି. ୱାର୍ଡ ସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ୬ଟି ଜୋନ୍‍ର ଜୋନ୍‍ ସଭାପତି ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ। ସମସ୍ତ ଜିଲ୍ଲା ଯୁବ ସଭାପତି ମାନଙ୍କୁ ନୂତନ କମିଟି ଗଠନ ସମ୍ବନ୍ଧୀୟ ଖସଡା ବିଷୟରେ ପୁଂଖାନୁପୁଂଖଭାବେ ଅବଗତ କରାଯାଇଥିଲା।

ଏହି ଭର୍ଚୁଆଲ ମିଟିଂକୁ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ଯୁବବ୍ୟାପାର) ତଥା ବିଧାୟକ  ପ୍ରଣବ ବଳବନ୍ତ ରାୟ ତୃଣମୂଳସ୍ତରରୁ ସଂଗଠନକୁ ଆହୁରି କ୍ରିୟାଶୀଳ କରି ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ପାଇଁ ଏଥିରେ ବହୁ ଯୁବ ପ୍ରତିଭାଙ୍କୁ ସାମିଲ କରିବା ନିମନ୍ତେ ଯୁବ ନେତୃତ୍ୱମାନଙ୍କୁ ପରାମର୍ଶ ଦେଇଥିଲେ ।

- Advertisement -

ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ  ଅମରେଶ ପତ୍ରୀ ଏବଂ  ରଂଜିତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories