www.samajalive.in
Saturday, December 6, 2025
14.1 C
Bhubaneswar

‘କଂଗ୍ରେସ ସରକାର ସମୟର ଦୁର୍ନୀତି ଦେଶର ନିଦ ଉଡାଇ ଦେଇଥିଲା’

ନୂଆଦିଲ୍ଲୀ : କୃଷି ଋଣ ଛାଡ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିବା ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଜବାବ ଦେଇଛନ୍ତି। ସମସ୍ତ କୃଷି ଋଣ ଛାଡ ନ କରିବା ପର୍ଯ୍ୟନ୍ତ ମୋଦୀଙ୍କୁ ନିଦରେ ଶୋଇବାକୁ ଦିଆଯିବ ନାହିଁ ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ଅଧ୍ୟକ୍ଷ ସାର୍ବଜନୀନ ସମ୍ଭାଷଣ କ୍ଷେତ୍ରରେ ନିମ୍ନସ୍ତରକୁ ଚାଲିଯାଇଛନ୍ତିବୋଲି ସେ ଦର୍ଶାଇଛନ୍ତି। କଂଗ୍ରେସ ଶାସନ କାଳରେ ହୋଇଥିବା ଦୁର୍ନୀତି ପାଇଁ ଦେଶବାସଙ୍କ ନିଦ ହଜିଯାଇଛି ବୋଲି ପ୍ରସାଦ କହିଛନ୍ତି। ରାଫେଲ କାରବାର ଉପରେ ସଂସଦରେ ବିତର୍କ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ବେଳେ କଂଗ୍ରେସ ସେଥିନେଇ ଭୟଭୀତ ହୋଇପଡିଛି। ଏଣୁ ଦଳ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବାକୁ ଦେଉନାହିଁ ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories