www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଗାପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାପଥର(ବାଙ୍କୀ) : ବାଙ୍କୀ ଡମପଡା ବ୍ଳକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ନୂତନକରି ଆରମ୍ଭ ହୋଇଥିବା ପିଠା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଳକ ଉନ୍ନୟନ ଅଧିକାରୀ ଆର୍ତ୍ତବନ୍ଧୁ ଲେଙ୍କା ଯୋଗ ଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଜନସାଧାରଣ ସେମାନଙ୍କର ହକ୍‍ ପାଇପାରିବେ ବୋଲି କହିଥିଲେ।।  ପଞ୍ଚାୟତ ସରପଞ୍ଚ ଅଦୈତ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ବାଣିଜ୍ୟ ସମିତି ସଭାପତି ସମରେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସଂଶା କରିଥିଲେ।। ସମ୍ମାନୀତ ଅତୀଥିଭାବେ ଏବି ଡି ଓ ପ୍ରଦୀପ୍ତ କୁମାର ମହାପାତ୍ର ,ସହକାରୀ ପ୍ରଣୀ ଚିକିସ୍‍ତ୍ସକ ଅଧିକାରୀ ଅନ୍ତର୍ଯ୍ୟମି ବାରିକ, ମିଶନ ଶକ୍ତି ସଂଯୋଜକ ହରପ୍ରୀୟା ସାହୁ, ସଦାଶିବ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସମିତି ସଭ୍ୟ ପ୍ରଭାସିନି ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories